ଭାଲୁ ଉଜାଡୁଛନ୍ତି ମକା ଚାଷ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଜରକ ଗ୍ରାମ ପଞ୍ଚାୟତର ଜରକ ଗାଁରେ ଭାଲୁ ଉଜାଡୁଛନ୍ତି ମକା ଚାଷ । ଗତ ୩ ଦିନ ହେଲା ଲଗାତାର ଭାବରେ ଭାଲୁ ଆସୁଛନ୍ତି । ମକା ଖାଉଛନ୍ତି ଯେତେ ଉଜାଡୁଛନ୍ତି ତା ଠାରୁ ଅଧିକ । ମିଳିତ ଭାବେ ଅମ୍ବିକା ମବିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ କ୍ଷୟକ୍ଷତି ଆକଳନ ଓ ସହଯୋଗ ପାଇଁ ବନ ବିଭାଗ ନିକଟରେ ଆଜି ଆବେଦନ କରିଛନ୍ତି ।

ପ୍ରକାଶ ଥାଉକି, ଆଇଟିଡିଏ ସହାୟତାରେ ୬ ଏକର ଜମିରେ ମା ଅମ୍ବିକା ସ୍ୱୟଂ ସହାୟକ ଗୋଷ୍ଠୀ ମକା ଚାଷ ଓ ୩ ଏକର ଜମିରେ କଲରା ଚାଷ କରିଛନ୍ତି। ଏଥିପାଇଁ ଆବଶ୍ୟକୀୟ ବୈଷୟିକ ସହାୟତା ଯୋଗାଇ ଦେଇଛି ସ୍ବେଛାସେବୀ ସଂଗଠନ ପ୍ରଦାନ । କରୋନା ମହାମାରୀ ସମୟରେ ନିଜର ଶ୍ରମ ଓ ଗୋଷ୍ଠୀର ୨୭ ହଜାର ଟଙ୍କା ଖର୍ଚ୍ଚ କରି କରିଥିବା ଚାଷ ଅମଳ ବେଳକୁ ଉଜୁଡି ଯିବା ଦେଖି ଭାଙ୍ଗି ପଡିଛନ୍ତି ସମସ୍ତେ । ବନ ବିଭାଗ ସହାୟତା କରିବାକୁ ଗ୍ରାମବାସୀ ମଧ୍ୟ ଅନୁରୋଧ କରିଛନ୍ତି ।

Comments are closed.