ଜଙ୍ଗଲରୁ ଭାଲୁର ମୃତଦେହ ଉଦ୍ଧାର

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଫରେଷ୍ଟ ରେଞ୍ଜ ଅଧୀନ ଖଇରବଣି ଜଙ୍ଗଲରୁ ଏକ ଅଣ୍ଡିରା ଭାଲୁ ର ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ କେତେକ ଲୋକ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ସମୟରେ ଭାଲୁ ମରି ପଡିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ନୀଳଗିରି ରେଞ୍ଜର ମନଓର ଖାଁ, ଫରେଷ୍ଟର ଦେବରାଜ ରାଉତ ସଦଳବଳେ ସେଠାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ପରେ ତାକୁ ବ୍ୟବଚ୍ଛେଦ କରି ସଜନାଗଡ଼ ନର୍ସରୀ ରେ ପୋତି ଦିଆ ଯାଇଛି। ତେବେ ବୟସ ଅଧିକ କାରଣରୁ ଭାଲୁଟିର ମୃତ୍ୟୁ ହୋଇଥାଇ ପାରେ ବୋଲି କୁହା ଯାଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି।

Comments are closed.