ଭାଲୁ ଆକ୍ରମଣରେ ଜଣେ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଆଇଲି ଗାଁରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବୃଦ୍ଧ ଜଣକ ଶୌଚ ହେବାକୁ ଯାଉଥିବା ସମୟରେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଭାଲୁ ଆକ୍ରମଣକୁ ନେଇ ଗ୍ରାମବାସୀ ଭୟଭୀତ ହେବା ସହ ଭାଲୁକୁ ଧରିବାକୁ ଦାବି କରିଛନ୍ତି।

Comments are closed.