ଭାଲୁ ଆକ୍ରମଣରେ ଜଣେ ମୃତ, ଦୁଇ ଗୁରୁତର

0

ଅନୁଗୁଳ: ଅନୁଗୁଳ ଜିଲା ଆଠମଲ୍ଲିକ ଅଞ୍ଚଳରେ ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଶୁକ୍ରବାର ରାତିରେ ୪ ଜଣ ଜଙ୍ଗଲ ଜଗିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ସମସ୍ତେ ବାସୁଦେବ ପଞ୍ଚାୟତ ଭୋଇପଡା ଅଞ୍ଚଳର ବୋଲି ଜଣା ପଡିଛି। ଭାଲୁ ଆକ୍ରମଣରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ହେଲେ ଗିରିଶ ମେହେର। ଆହତ ବ୍ୟକ୍ତିମାନେ ହେଲେ ସୁଦାମ ଜାଲ ଓ ପ୍ରକାଶ ମହାଖୁଡ। ଆହତମାନଙ୍କୁ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଅଞ୍ଚଳରେ ବର୍ତ୍ତମାନ ବାଘୁଣୀ ପରେ ଭାଲୁ ଆତଙ୍କ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ବନ ବିଭାଗ ଓ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply