ଭାଲୁ କାମୁଡ଼ାରେ ଯୁବକ ଆହତ

ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତର ଭାଲୁଝର ଗ୍ରାମର ଜଣେ ଯୁବକ ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି। ଆହତ ଯୁବକଜଣକ ହେଉଛନ୍ତି ଗୁରୁ ମୁଦୁଲି (୨୭)।

ସୂଚନା ଅନୁସାରେ, ଗୁରୁ ସନ୍ଧ୍ୟା ୭ଘଣ୍ଟା ସମୟରେ କୌଣସି ଏକ କାର୍ୟ୍ୟରେ ନିଜ ଗ୍ରାମରୁ ଖଡକା ଗ୍ରାମକୁ ଯାଉଥିବା ସମୟରେ ୨ ଗୋଟି ଭାଲୁ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଗୁରୁ ସାହସର ସହ ଭାଲୁ ସହ ଲଢେଇ କରି ଭାଲୁ ନିକଟରୁ ମୁକୁଳି ବନ ବିଭାଗ କର୍ମଚାରୀଙ୍କୁ ଫୋନ କରି ଜଣାଇବା ପରେ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମଇଦଳପୁର ଡାକ୍ତରଖାନାକୁ ଆଣିଥିଲେ। ବର୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

 

Comments are closed.