ଭାଲୁ ଆକ୍ରମଣରେ ଜଣେ ଆହତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ଭରଲା ପଂଚାୟତ ଅନ୍ତର୍ଗତ ବାବାଜୀଗୁଡା ଗ୍ରାମର ପ୍ରେମାନନ୍ଦ ପ୍ରଧାନୀ(୫୬) ଆଜି ଡିବା ୧୧ ଘଣ୍ଟା ସମୟରେ ଗ୍ରାମ ନିକଟସ୍ଥ ଏକ ପୋଖରୀକୁ ଗାଧେଇବାକୁ ଯାଉଥିବା ସମୟରେ ସାମନା ଜଙ୍ଗଲ ପଟୁ ଏକ ଭାଲୁ ଏବଂ ତାର ୨ଟି ଛୁଆ ସହ ପୋଖରୀ ପଟେ ଆସି ପ୍ରେମାନନ୍ଦ ଉପରେ ଆକ୍ରମଣ କରିଥିଲା। କୌଶଳ କ୍ରମେ ପ୍ରେମାନନ୍ଦ ଭାଲୁ କବଳରୁ ନିଜକୁ ରକ୍ଷାକରି ଗାଁ ପଟେ ଦୌଡ଼ିଥିଲେ। ଆହତ ଅବସ୍ଥାରେ ପ୍ରେମାନନ୍ଦଙ୍କୁ ଗ୍ରାମବାସୀ ଉଦ୍ଧାର କରି ନବରଙ୍ଗପୁର ମେଡିକାଲରେ ଭର୍ତି କରିଥିଲେ। ବର୍ତମାନ ସେ ସୁସ୍ଥ ଥିବା ଜଣାପଡିଛି। ଗ୍ରାମ ନିକଟରେ ଭାଲୁକୁ ଦେଖି ଗ୍ରାମବାସୀ ଏକ ପ୍ରକାର ଭୟବିତ ହୋଇ ପଡିଛନ୍ତି।

Comments are closed.