ଭାଲୁ ଆକ୍ରମଣରେ ଜଣେ ଗୁରୁତର

ପାଟଣା: ପାଟଣା ବ୍ଲକ୍ ଅନ୍ତର୍ଗତ ଟାଙ୍ଗରପଡ଼ା ପଞ୍ଚାୟତ ଝାଲିଆପଡ଼ା ନାଳ ନିକଟକୁ ଶୌଚ ପାଇଁ ଯାଇଥିବା ସମୟରେ ଆଜି ସକାଳ ସାଢେ଼ ୫ଟା ସମୟରେ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣକ ଝାଲିଆପଡ଼ାର ଅନ୍ତର୍ଯ୍ୟାମୀ ମହାନ୍ତ(୫୦) ବୋଲି ଜଣାପଡିଛି । ପାଟଣା ବନାଞ୍ଚଳ ଅନ୍ତର୍ଗତ ପୋଇପାଣୀ ଫରେଷ୍ଟ ବିଟ୍ ଅଞ୍ଚଳରେ ଏହି ଘଟଣା ଘଟିଛି। ଅନ୍ତର୍ଯ୍ୟାମୀଙ୍କ ମୁଁହ ଦେହ ହାତକୁ ଭାଲୁ ଗୁରୁତର କ୍ଷତାକ୍ତ କରିଥିବା ବେଳେ ତାଙ୍କୁ ପ୍ରଥମେ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପାଟଣାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଚିକିତ୍ସା ପାଇଁ ପାଟଣା ବନ ବିଭାଗ ତରଫରୁ ପ୍ରାଥମିକ ପଦକ୍ଷେପ ସ୍ୱରୂପ ୩୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ପାଟଣା ରେଞ୍ଜର ପବିତ୍ର ମୋହନ ନାଏକଙ୍କଠାରୁ ସୂଚନା ମିଳିଛି।

Comments are closed.