ଭାଲୁ ଆକ୍ରମଣରେ ଜଣେ ଗୁରୁତର

ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ପୋଇପାଣି ଗ୍ରାମର ନାଟୁ କାରୁଆ(୩୫) ନାମକ ଜଣେ ବ୍ୟକ୍ତି ଭାଲୁ କାମୁଡାରେ ଗୁରୁତର ହୋଇଛନ୍ତି । ସକାଳୁ ସେ ଶୌଚ ପାଇଁ କେନାଲ ନିକଟକୁ ଯାଇଥିବା ସମୟରେ ଏକ ଜଙ୍ଗଲି ଭାଲୁ ନାଟୁ କାରୁଆଙ୍କୁ ହଠାତ ଆକ୍ରମଣ କରି ତାଙ୍କ ଜଙ୍ଘକୁ କାମୁଡି ଦେଇଥିଲା । ଅନ୍ୟମାନଙ୍କ ପାଟିଶୁଣି ଭାଲୁଟି ପଳାଇଯିବା ପରେ ତାଙ୍କୁ ଉଦ୍ଧାର କରାଯାଇ ପାଟଣା ମେଡିକାଲ ପଠାଯାଇଥିଲା । ସେଠାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Comments
Loading...