ଭାଲୁ ଆକ୍ରମଣରେ ଯୁବକ ଗୁରୁତର

କେଶଦୁରାପାଳ : ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ଯୁବକଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ସୁଚନାରୁ ପ୍ରକାଶ, ମୟୁରଭଞ୍ଜ ଜିଲା ଠାକୁର ମୁଣ୍ଡା ଥାନା ଅଞ୍ଚଳର ଭୂବନ ମହାନ୍ତ ନାମକ ଜଣେ ଯୁବକ ପ୍ରଭାତରୁ ବିଲ ଦେଖିବା ପାଇଁ ଯାଇଥିବାବେଳେ ଏକ ଭାଲୁ ହାବୁଡରେ ପଡ଼ି ଯାଇଥିଲେ। ଭାଲୁ ଭୂବନଙ୍କ ଦୁଇ ଗୋଡ଼କୁ ଆକ୍ରମଣ କରିଥିଲା। ନିକଟରେ ଥିବା ଲୋକମାନେ ପାଟି କରିବାରୁ ଭାଲୁ ଛାଡ଼ି ଚାଲିଯାଇଥିଲା। ଆହତ ଭୂବନ ମହାନ୍ତକୁ ୧୦୮ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିବାବେଳେ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯଇଥିବା ଜଣାପଡିଛି।

Comments are closed.