ଦେଖନ୍ତୁ ଭିଡ଼ିଓ…ସହରକୁ ପସି ଆସିଲା ଜଙ୍ଗଲି ଭାଲୁ ତାପରେ କ‘ଣ ହେଲା?

ଭବାନୀପାଟଣା : ଭବାନୀପାଟଣା ସହରକୁ ପୁଣି ଏକ ଜଙ୍ଗଲି ଭାଲୁ ପସି ଆସିଛି। ତାକୁ କାବୁ କରିବା ପାଇଁ ଗୁରୁବାର ଦିନ ସକାଳୁ ପୁଲିସ, ଜଙ୍ଗଲ ବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ସବୁ ପ୍ରକାର ଉଦ୍ୟମ ସତ୍ୱେ ମଧ୍ୟ ତାକୁ ଧରିବାରେ ସକ୍ଷମ ହୋଇ ପାରିନାହାନ୍ତି । ଲୋକମାନଙ୍କର ଗହଳି, ଭାଲୁକୁ ଘଉଡାଇବା ଓ ପିଟାପିଟି କରିବା ଫଳରେ ଭାଲୁ ରାଗି ଯାଇ ୪ ଜଣଙ୍କୁ କାମୁଡି ଦେବା ଫଳରେ ସେମାନେ ଆହତ ହୋଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆକ୍ରମଣ କରିବା ପରେ ଭାଲୁଟି ନିକଟସ୍ଥ ପାର୍କ ଭିତରେ ରହିଛି।

Comments are closed.