ଭାଲୁ ଆକ୍ରମଣରେ ଯୁବକ ଗୁରୁତର

କେଶଦୁରାପାଳ : ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନାରୁ ଜଣାଯାଏ ଆନନ୍ଦପୁର ଥାନା ଅନ୍ତର୍ଗତ ଭୋଗପୁର ଗ୍ରାମର ବିରଞ୍ଚି ନାଏକ(୨୫) ଗତକାଲି  ସକାଳୁ ନିଜ ଵିଲକୁ ତଳାରୋଇଵାକୁ ଯାଇ ଫେରିବା ବେଳେ  ଏକ ଭାଲୁ ହାବୁଡ଼ରେ ପଡିଥିଲେ। ଜଫଳରେ  ଭାଲୁ  ଯୁବକକୁ  ଆକ୍ରମଣ କରିଥିଲା। ଫଳରେ ବିରଞ୍ଚିର ମୁହଁ  ଓ ହାତ ଗୋଡରେ ଗଭୀର ଆଘାତ ହୋଇଥିଲା। ଗୁରୁତର ବିରଞ୍ଚିକୁ ଅଟୋ ଯୋଗେ  ଆନନ୍ଦପୁର ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି।

Comments are closed.