କୂଅ ଭିତରେ ଭାଲୁ, ଉଦ୍ଧାର କାର୍ଯ୍ୟ ଆରମ୍ଭ

0

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ବେଢାସାହି ଗାଁର ଏକ କୂଅରେ ଭାଲୁଟି ଖସିପଡ଼ିଥିବା ଜଣାପଡ଼ିଛି। କେଉଁ କାରଣରୁ ଭାଲୁଟି କୂଅରେ ଖସିଛି, ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। ଖବର ପାଇ ବନ ବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ମାତ୍ର ଏ ଯାଏଁ ଭାଲୁଟି ଉଦ୍ଧାର ହୋଇପାରିନଥିବା ସୂଚନା ମିଳିଛି। ଖାଦ୍ୟ ଅନ୍ୱେଷଣରେ ଭାଲୁଟି ଗାଁ ଭିତରକୁ ଆସି କୂଅରେ ପଡ଼ିଯାଇଥିବା ସନ୍ଦେହ କରାଯାଉଛି।

Leave A Reply