ବାର୍‍ହା ଫାଶରେ ଭାଲୁ, ଉଦ୍ଧାର କାର୍ଯ୍ୟରେ ବନକର୍ମଚାରୀ

0

ନୀଳଗିରି : ବାର୍‍ହାକୁ ଧରିବା ପାଇଁ ବିଛା ଯାଇଥିବା ଜାଲରେ ଏକ ଭାଲୁ ଫଶିଯାଇଛି। ଶୁକ୍ରବାର ସକାଳେ ନୀଳଗିରି କାଠଗୋଛି ସଂରକ୍ଷିତ ଜଙ୍ଗଲରେ ଘଟିଛି ଏହି ଘଟଣା।
ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ଆସିଥିବା ଏହି ଭାଲୁଟି ଫାଶରେ ଫସି ଯାଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ବନ ବିଭାଗ ମୁତୟନ ହୋଇଛନ୍ତି। ବାରିପଦାରୁ ଟ୍ରାଙ୍କୁଲାଇଜ୍‍ ଟିମ୍‍ ଆସୁଥିବାର ମଧ୍ୟ ସୂଚନା ମିଳିଛି। ଟିମ୍‍ ଆସିବା ପରେ ଭାଲୁକୁ ଫାଶରୁ ଉଦ୍ଧାର କରାଯିବ। ଶିକାରୀଙ୍କ ଫାଶ ଯୋଗୁ ଜଣେ ପରେ ଜଣେ ବନ୍ୟଜନ୍ତୁ ଫାଶରେ ପଡ଼ୁଥିବାର ଅଭିଯୋଗ ହୋଇଛି। କିଛି ଦିନ ପୂର୍ବରୁ ନୀଳଗିରି ବ୍ଲକ ବାଘମରା ନିକଟ ନୂଆକୁଳିଆ ଅଞ୍ଚଳରେ ଏକ ଭାଲୁ ବାର୍‍ହା ଫାଶରେ ପଡ଼ିଥିଲା।

Leave A Reply