ପିଲାଙ୍କ ପ୍ରତି ଯତ୍ନବାନ୍ ହୁଅନ୍ତୁ

ସମାଜ ପୋର୍ଟାଲ ଡେସ୍କ: ଅନ୍-ଲାଇନ୍ ପଢ଼ାପଢ଼ି କାରଣରୁ ବର୍ତ୍ତମାନ ସମୟରେ ପିଲାମାନେ ଦିନର ଅଧିକାଂଶ ସମୟ ସ୍ମାର୍ଟଫୋନ୍/ଲ୍ୟାପଟପ୍/ଟାବଲେଟ୍ ସମ୍ମୁଖରେ ଅତିବାହିତ କରୁଛନ୍ତି। ଏତେ କମ୍ ବୟସରେ ଇଣ୍ଟରନେଟ୍ ଅଧିକ ସମୟ ଦେଖିବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଲକ୍-ଡାଉନ୍ ପରିସ୍ଥିତି କାରଣରୁ ବିଦ୍ୟାଳୟ ବନ୍ଦ ରହିଥିବାରୁ ଏହି ଗୋଟିଏ ଉପାୟରେ ହିଁ ସେମାନଙ୍କୁ ପାଠପଢ଼ା ଯାଇପାରୁଛି। ବିଶେଷଜ୍ଞଙ୍କ ମତରେ ପିଲାଙ୍କ ଅନ୍-ଲାଇନ୍ ପାଠପଢ଼ା ପରେ ସେମାନଙ୍କୁ ଏହା ପରେ ସେସବୁ ଯନ୍ତ୍ରଠାରୁ ଦୂରେଇ ରଖନ୍ତୁ। ପରବର୍ତ୍ତୀ ସମୟରେ ପିଲାଙ୍କୁ ଚିତ୍ରାଙ୍କନ, ଗପବହି ପଢ଼ିବା ନିମନ୍ତେ ଉତ୍ସାହିତ କରିବା ଉଚିତ।

– ଏହା ସହ ପିଲାଙ୍କୁ ଯୋଗ, ପ୍ରାଣାୟମର ଆବଶ୍ୟକତା ବୁଝାଇ ସେସବୁ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଯୋଗ କରିବା ଦ୍ବାରା ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼େ। ଏଇ ପ୍ରାଚୀନ ପଦ୍ଧତିର ସମସ୍ତ ଉପକାରିତା ପିଲାଙ୍କୁ ଅବଗତ କରାଇବା ଦରକାର।

– ଅନୁସନ୍ଧାନରୁ ଜଣାପଡ଼ିଛି, ସ୍ମାର୍ଟଫୋନ୍ ବ୍ୟବହାର କଲେ ପିଲାଙ୍କ ସ୍ବାସ୍ଥ୍ୟ ହାନି ହେବା ସହ ସେମାନଙ୍କ ଚିଡ଼ଚିଡ଼ା ବ୍ୟବହାର ବଢ଼ିବାରେ ଲାଗେ। ଅତିକମ୍‌‌ରେ ଦିନକୁ ୫ ମିନିଟ୍ ଧ୍ୟାନ କରିବା ପାଇଁ ପିଲାଙ୍କୁ ବୁଝାଇବା ଉଚିତ। ଏଇ ସମୟରେ ସେମାନଙ୍କ ପାଖରେ ନିଜେ ମଧ୍ୟ ବସି ଧ୍ୟାନ, ଯୋଗ କରିବା ଆବଶ୍ୟକ।

Comments are closed.