କରୋନା ଭାଇରସ୍‌ ସଂକ୍ରମଣ ପ୍ରତି ସତର୍କ ରହିବାକୁ ତେନ୍ଦୁଲକରଙ୍କ ପରାମର୍ଶ

ନୂଆଦିଲ୍ଲୀ  : କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ କାୟା ବିସ୍ତାର କରି ଚାଲିଥିବା ବେଳେ ଜନସାଧାରଣଙ୍କୁ ସତର୍କ ରହିବା ସହ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର।
ଟ୍ବିଟର୍‌ରେ ଏକ ଭିଡିଓ ପୋଷ୍ଟ କରି ତେନ୍ଦୁଲକର ଦର୍ଶାଇଛନ୍ତି କରୋନା ଭାଇରସ୍‌ ଚିକିତ୍ସା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ। ସତର୍କ ରହିବା ଦ୍ବାରା ଏହି ରୋଗରୁ ରକ୍ଷା ପାଇ ହେବ। କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାରଙ୍କ ତରଫରୁ ଯେଉଁସବୁ ମାର୍ଗଦର୍ଶିକା ଜାରି କରାଯାଇଛି ତାହାକୁ ସମେସ୍ତ ମାନିବା ଉଚିତ୍‌। ଏଥିସହ ହାତକୁ ଭଲଭାବେ ସାବୁନରେ ଧୋଇବା ଓ ଜନସମାଗମରୁ ଦୂରେଇ ରହିବା ଦ୍ବାରା କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ମିଳିବ ବୋଲି ତେନ୍ଦୁଲକର ଟ୍ବିଟ୍ କରିଛନ୍ତି। ଏହି ଭିଡିଓରେ ତେନ୍ଦୁଲକର ହାତକୁ କିପରି ଭଲ ଭାବେ ଧୁଆଯାଇ ପାରିବ ତାହା ଦର୍ଶାଇଛନ୍ତି। ସୂଚନାଥାଉକି ମହିଳା ବ୍ୟାଡମିଣ୍ଟନ୍‌ ଖେଳାଳି ପିଭି ସିନ୍ଧୁ ଓ ଆଥଲେଟ୍‌ ହିମା ଦାସ ପ୍ରମୁଖ କରୋନା ଭାଇରସ୍‌ ସଂକ୍ରମଣ ପ୍ରତି ସତର୍କ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

Comments are closed.