ବି.ଡି.ଓଙ୍କ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

ହରଭଙ୍ଗା : ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା ଗୁରୁବାର ଶଙ୍କୁଲେଇ ପଂଚାୟତ ଅର୍ନ୍ତଗତ ପାଣିଘରା ଘାଟି ରାସ୍ତା ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ପଂଚାୟତର ୧ନଂ ଓାର୍ଡ ଅର୍ନ୍ତଗତ ପାଣିଘରା ଘାଟି ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ପଂଚାୟତ ଏସଏଫସି ଅନୁଦାନରୁ ଏକ ଲକ୍ଷ ଟଙ୍କାର ମାଟିରାସ୍ତା କାମ ହାତକୁ ନିଆଯାଇଥିଲା। ଘାଟିରାସ୍ତା ନିର୍ମାଣ କାର୍ଯ୍ୟ ଦେଖି ବି.ଡି.ଓ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ସହ ଗ୍ରାମର ପାଣି ସମସ୍ୟା ନେଇ ଲୋକେ ବି.ଡି.ଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପାଣି ସମସ୍ୟା ଦୂର କରାଯିବ ବୋଲି ଗାଁ ଲୋକଙ୍କୁ ବି.ଡି.ଓ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ବି.ଡି.ଓଙ୍କ ପରିଦର୍ଶନ ସମୟରେ ତାଙ୍କ ସହିତ କନିଷ୍ଠ ଯନ୍ତ୍ରୀ ଦେବାଶିଷ ନାୟକ ମଧ୍ୟ ଉପସ୍ଥିତ ଥିଲେ।