ଅଚେତ ହୋଇଗଲେ ମୁରିବାହାଲ ବିଡିଓ, ବଲାଙ୍ଗୀର ସ୍ଥାନାନ୍ତର

ମୁରିବାହାଲ: ମୁରିବାହାଲ ବିଡିଓ ଶମ୍ଭୁଭୂଷଣ ମିଶ୍ର ମଙ୍ଗଲବାର ବ୍ଲକ ସଭାଗୃହକୁ ଯାଉଥିବା ବେଲେ ହଠା୍‍ତ ଅଚେତ ହୋଇ ପଡିବାରୁ ତାଙ୍କୁ ପ୍ରଥମେ ମୁରିବାହାଲ ଓ ପରେ ବଲାଙ୍ଗିର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ବିଡିଓ ଶ୍ରୀ ମିଶ୍ର ପୂର୍ବାହ୍ନରେ ବ୍ଲକର ସମସ୍ତ ସରପଂଚମାନଙ୍କ ସହିତ କରୋନା ସଂପର୍କିତ ବିଲ ବାବଦରେ ଆଲୋଚନା ପାଇଁ ବ୍ଲକର ଉପର ମହଲା ସଭାଗୃହକୁ ଯାଉଥିବା ବେଲେ ହଠା୍‍ତ ସିଡି ଉପରେ ଅଚେତ ହୋଇଯାଇଥିଲେ। ଉପସ୍ଥିତ ଥିବା ସରପଂଚମାନେ ତାଙ୍କୁ ଅଫିସ ପ୍ରକୋଷ୍ଠକୁ ଆଣିଥିଲେ ତାପରେ ଚେତାଶୂନ୍ୟ ବିଡିଓଙ୍କୁ ଅଫିସ ଗାଡିରେ ପାଖ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଦାୟିତ୍ୱରେ ଥିବା ମେଡିକାଲ ଅଧିକାରୀ ଡ. ସଂଗ୍ରାମ କେଶରି ନାଏକ ତାଙ୍କ ପ୍ରାଥମିକ ସ୍ୱାସ୍ଥ୍ୟାବସ୍ଥା ଯାଞ କରି ଉଚ୍ଚ ରକ୍ତଚାପ ଥିବା ପ୍ରକାଶ କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ଓ ଶେଷ ଖବର ସୁଦ୍ଦା ଉଚ୍ଚତର ଚିକିତ୍ସା ପାଇଁ ବରଗଡ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

Comments are closed.