ସ୍ୱାଧୀନତା ସଂଗ୍ରାମୀ ପ୍ରହଲ୍ଲାଦ ମହାପାତ୍ରଙ୍କ ପରଲୋକ

ଭଦ୍ରକ: ଭଦ୍ରକ ଜିଲାର ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସାବରଙ୍ଗ ଗ୍ରାମର ପ୍ରହଲ୍ଲାଦ ଚନ୍ଦ୍ର ମହାପାତ୍ରଙ୍କର ଆଜି ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ୧୯୨୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଦେଶ ସ୍ୱାଧୀନ ପାଇଁ ସେ ଗ୍ରାମ ଗ୍ରାମ ବୁଲି ଜନ ସାଧାରଣଙ୍କୁ ସଚେତନା କରିବା ସହିତ ବ୍ରିଟିଶ ସରାକରଙ୍କୁ ତୀବ୍ର ବିରୋଧ କରି ଆସୁଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପାଇ ଜିଲାପାଳ ଟୁଇଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ସ୍ୱର୍ଗତ ମହାପାତ୍ରଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Comments are closed.