ଥାନା ଆଗରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭଦ୍ରକ: ନ୍ୟାୟ ନ ମିଳିବା ଅଭିଯୋଗରେ ଜଣ ଯୁବକ ଭଦ୍ରକ ପୁରୁଣାବଜାର ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲା ପୁରୁଣାବଜାର ଥାନା ସମ୍ମୁଖରେ ଜଣେ ଯୁବକ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଯୁବକ ହେଲେ ସେକ ଫୟାଜ । ଥାନାରେ ନ୍ୟାୟ ନ ପାଇବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି ।

ପାରିବାରିକ କଳହକୁ ନେଇ ଫୟାଜଙ୍କ ନାଁ ରେ ଏତଲା ଦିଆଯାଇଥିଲା  ପରେ ସେ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ତାଙ୍କୁ ନ୍ୟାୟ ମିଳିନଥିବା ଅଭିଯୋଗ ନେଇ ପୁଣି ଥାନାକୁ ଆସିଥିଲେ  ଥାନା ସମ୍ମୁଖରେ ସାଙ୍ଗ ରେ ଆଣିଥିବା ବୋତଲରୁ କିଛି ଦହନଶୀଳ ପଦାର୍ଥ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ସଙ୍ଗେସଙ୍ଗେ ପୁଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ତେବେ ତାଙ୍କର ହାତ ଓ ଗୋଡ଼ର କେତେକ ଅଂଶ ପୋଡି ଯାଇଛି। ତେବେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Comments are closed.