ବିଦ୍ୟୁତ ତାର ପଡି ଜଳିଗଲା ୪ ବଖରା ଘର

ଭଦ୍ରକ: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଉଳପୋଖରୀ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଗୋଟିଏ ପରିବାରର ୪ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି।

ସୂଚନା ଅନୁଯାୟୀ, ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗୁଥିବା ଦେଖି ପ୍ରାଣ ବିକଳରେ ଲୋକମାନେ ବାହାରକୁ ଦୌଡି ପଳାଇ ଆସିଥିଲେ  ନିଆଁକୁ ଆୟତ କରିବା ପାଇଁ ଗ୍ରାମବାସୀ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପରେ ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଗାଡି ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିଥିଲେ। ଘର ଉପରେ ବିଦ୍ୟୁତ ତାର ଛିଡି ପଡିବାରୁ, ଏଭଳି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।

Comments are closed.