ଗ୍ୟାରେଜରେ ଅଗ୍ନିକାଣ୍ଡ, ଜଳିଗଲା ୪ ବସ୍

ଭଦ୍ରକ: ଭଦ୍ରକ ଜିଲା ଟାଉନ ଥାନା ଅନ୍ତର୍ଗତ ଡାହାଣୀଗଡ଼ଇା ଛକ ନିକଟରେ ଥିବା ଏକ ଗ୍ୟାରେଜରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଉକ୍ତ ଗ୍ୟାରେଜରେ ଥିବା ୪ଟି ବସ୍ ଓ ଗୋଟିଏ କାର୍ ଜଳିଯାଇଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ। ପ୍ରାୟ ୩ଘଣ୍ଟା ଉଦ୍ୟମ ପରେ ନିଆଁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ। ତେବେ ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଜଣାପଡ଼ିନାହିଁ।