ରାସ୍ତାର ଦୂରାବସ୍ଥା ନେଇ ବିଜେପି ପକ୍ଷରୁ ରାସ୍ତା ଅବରୋଧ

ଭଦ୍ରକ : ଭଦ୍ରକ ଜିଲ ଆଖଣ୍ଡଳମଣି ମୁଖ୍ୟ ରାସ୍ତା ଅର୍ଣ୍ଣପାଳ ବଜାର ଠାରେ ବିଜେପି ପକ୍ଷରୁ ବୁଧବାର ରାସ୍ତା ଅବରୋଧ କରାଯାଇଛି ଅର୍ଣ୍ଣପାଳ ବଜାର ଠାରୁ ରାଜୁଆଳିବିନ୍ଧା ଆର. ଡ଼ି ରାସ୍ତାର ଦୀର୍ଘଦିନ ହେବ ଦୂରାବସ୍ଥା ହୋଇପଡିଛି  ଯାହା ଫଳରେ ଦୀର୍ଘଦିନ ହେବ ଏହି ରାସ୍ତା ପାଇଁ ବାରମ୍ବାର ଜିଲା ପ୍ରଶାସନଠାରୁ ଆରମ୍ଭ କରି ଆର. ଡ଼ି. ଡିପାର୍ଟମେଣ୍ଟ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ ଜିଲାପ୍ରଶାସନ ଶୁଣୁ ନ ଥିବାର ଅଭିଯୋଗ କରିଛି ବିଜେପି ସେହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଯୋଗୁଁ ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ନାହାଁନ୍ତି  ଯାହା ଫଳରେ ଆଜି ବିଜେପି ପକ୍ଷରୁ କୋଭିଡି ନିୟମ ପାଳନ କରି ରାସ୍ତା ଅବରୋଧ କରିଛନ୍ତି  ଯେ ପର୍ଯ୍ୟନ୍ତ ଜିଲା ପ୍ରଶାସନ ନ ଶୁଣିଛନ୍ତି ଏହି ରାସ୍ତାରେ ଅବରୋଧ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେପି

Comments are closed.