ଭୁଲ ଇଞ୍ଜେକ୍ସନରେ ନାବାଳିକାର ମୃତ୍ୟୁ ଅଭିଯୋଗ

ଭଦ୍ରକ : ଭଦ୍ରକ ଜିଲା ବାସୁଦେବପୁ ଇରମ ବଜାରରେ ଥିବା ଘରୋଇ କ୍ଲିନିକରେ ଭୁଲ ଇଞ୍ଜେକ୍ସ ନେଇ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ୍ୟୁ ଅଭିଯୋଗ ନାବାଳିକାର ଅଜା ବିନୋଦ ବେହେରା କରିଥିବା ଜଣାପଡ଼ିଛି। ମୃତକ ନାବାଳିକ ଜଣଙ୍କ ହେଲେ ପ୍ରିୟଙ୍କା ବେହେରା ।

ସୂଚନା ଅନୁଯାୟୀ, ପ୍ରିୟଙ୍କା ଦୀର୍ଘଦିନ ରହି ଆଜଙ୍କ ଘରେ ରହି ପାଠ ପଢୁଥିଲା। ଆଜି ସନ୍ଧ୍ୟାରେ ଟ୍ୟୁସନରୁ ଫେରିବାପରେ ମୁଣ୍ଡ ବିନ୍ଧୁଛି ବୋଲି ଅଜାଙ୍କୁ କହିଥିଲେ।  ଆଜା ବିନୋଦ ପ୍ରିୟଙ୍କାକୁ ନେଇ ଇରମ ବଜାରରେ ଥିବା ଏକ ଘରୋଇ କ୍ଲିନିକକୁ ଚିକିତ୍ସା କରାଇବାକୁ ନେଇଥିଲେ।  ସେଠାରେ କ୍ଲିନିକ ଚଳାଉଥିବା ହରିହର ଏକ ଇଞ୍ଜେକ୍ସନ ଦେଇଥିଲେ। ଏହାର ଅଳ୍ପ ସମୟ ପରେ ପ୍ରିୟଙ୍କା ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ହରିହରି ବାସୁଦେବପୁର ଡାକ୍ତରଖାନା ନେଇଯିବାକୁ କହିଥିଲେ। ଏହାପରେ ତାଙ୍କୁ ବାସୁଦେବପୁର ଡାକ୍ତର ଖାନାକୁ ନିଆଯାଇଥିଲା ସେଠାରେ ଡାକ୍ତର ପ୍ରିୟଙ୍କାକୁ ମୃତ୍ୟୁ ଘୋଷଣା କରିଥିଲେ।

Comments are closed.