ୟୁପିରେ ମହିଳା ଆଇନଜୀବୀଙ୍କୁ ଗୁଳି କରିଥିବା ସାଥି ଆଇନଜୀବୀଙ୍କର ମୃତ୍ୟୁ

ଲକ୍ଷ୍ମୌ . – ୟୁପି ବାର୍‌ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଦେରବେଶ ସିଂ ଯାଦଙ୍କୁ ଗୁଳି କରି ହତ୍ୟା କରିଥିବା ସାଥି ଆଇନଜୀବୀ ତଥା ଅଭିଯୁକ୍ତ ମନୀଷ ବାବୁ ଶର୍ମାଙ୍କର ଶନିବାରରେ ମୃତ୍ୟୁ ହୋଇଛି। ଗୁରୁଗ୍ରାମରେ ଥିବା ମେଦାନ୍ତ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଜୁନ୍‌ ୧୨ ତାରିଖରେ ଆଗ୍ରା ଅଦାଲତର ପରିସରରେ ୟୁପି ବାର କାଉନ୍‌ସିଲ୍‌ ଅଧ୍ୟକ୍ଷ ଦେରବେଶ ସିଂ ଯାଦଙ୍କୁ ଅଭିଯୁକ୍ତ ମନୀଷ ଅତି ନିକଟରୁ ୪ଟି ଗୁଳି ମାରିବା ସହ ନିଜ ମୁଣ୍ଡକୁ ଗୋଟିଏ ଗୁଳି ମାରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ୟୁପି ବାର କାଉନସିଲ୍‌ର ନବ ନିର୍ବାଚିତ ଅଧ୍ୟକ୍ଷ ତଥା ପ୍ରଥମ ମହିଳା ଅଧ୍ୟକ୍ଷ ଦରବେଶ୍‌ ସିଂ ଯାଦଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏହାପରଠାରୁ ମନୀଷ କୋମାରେ ଥିଲେ । ପୁଲିସ ତାଙ୍କ ନିକଟରେରହିଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ମନୀଷଙ୍କର ମୃତ୍ୟୁ ହୋଇଛି ।

Comments are closed.