ୟସ ବାତ୍ୟା ପ୍ରବାଭିତ ଜିଲାରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରିଲିଫ୍ ବଣ୍ଟନ

ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲା ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପ୍ରଣବ ବଳବନ୍ତରାୟ ଏବଂ ଦେବୀ ତ୍ରିପାଠୀ

ଭୁବନେଶ୍ବର: ୟସ ବାତ୍ୟା ପ୍ରବାଭିତ ଜିଲାମାନଙ୍କରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରିଲିଫ ଏବଂ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ୟ୍ୟକ୍ରମ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଆଜି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏବଂ ଛାତ୍ର ବିଜେଡ଼ି ରାଜ୍ୟ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲା ଗସ୍ତ କରି ରିଲିଫ୍ ବଣ୍ଟନ କାର୍ୟ୍ୟକ୍ରମର ନେତୃତ୍ବ ନେଇଛନ୍ତି। ଉଭୟ ପ୍ରଥମେ ବାଲେଶ୍ବର ଜିଲା ଗସ୍ତ କରି ୟସ ବାତ୍ୟା ପ୍ରଭାବିତ ସମସ୍ତ ଅଞ୍ଚଳ ଗୁଡ଼ିକୁ ପରିଦର୍ଶନ କରିବା ସହ ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିଲେ।

 

ଏହି ପରିପ୍ରେକ୍ଷୀରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜୁ ଯୁବ ଛାତ୍ର ଜନତା ଦଳ ସର୍ବଦା ସାମାଜିକ ପ୍ରତିବଦ୍ଧତା ନିମନ୍ତେ ସଂକଳ୍ପବଦ୍ଧ। ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲାରେ ସ୍ବଭାବିକ ପରିସ୍ଥିତି ଫେରି ଆସିବା ପର୍ୟ୍ୟନ୍ତ ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ। ଯୁବ ଛାତ୍ର ନେତୃବୃନ୍ଦ ଙ୍କ ସାମାଜିକ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ବିଜେଡି ଛାତ୍ର ସଭାପତି ତ୍ରିପାଠୀ ରିଲିଫ୍ କାର୍ଯ୍ୟକ୍ରମ ରେ ସାମିଲ ହୋଇ ସମସ୍ତ ଛାତ୍ର ନେତା ମାନଙ୍କୁ ଉତ୍ସାହିତ କରିଥିଲେ।

Comments are closed.