ପାଉଣା ବାକି ରଖିଛି ବିସିସିଆଇ

ମୁମ୍ବଇ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଲରାଉଣ୍ଡର୍‌ ମନୋଜ ପ୍ରଭାକରଙ୍କ ବାକିଆ ପାଉଣା ପ୍ରଦାନ ପାଇଁ ବିସିସିଆଇକୁ ଅନୁରୋଧ କରିଛି ଇଣ୍ଡିଆନ୍ କ୍ରିକେଟର୍ସ ଆସୋସିଏସନ୍ (ଆଇସିଏ)। ଆଇସିଏ ଅଧ୍ୟକ୍ଷ ଅଶୋକ ମାଲହୋତ୍ରା ବିସିସିଆଇକୁ ଏକ ଭିଡିଓ ବାର୍ତ୍ତା ଛାଡ଼ି ପ୍ରଭାକରଙ୍କ ବାକିଆ ପାଉଣା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ୨୦୦୦ରେ ପ୍ରଭାକରଙ୍କୁ ୫ ବର୍ଷ ପାଇଁ କ୍ରିକେଟ୍‌ରୁ ବାସନ୍ଦ କରିଥିଲା ବିସିସିଆଇ। ୨୦୦୫ରେ ପ୍ରଭାକରଙ୍କ ଉପରୁ ବାସନ୍ଦାଦେଶ ଉଠିଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ବାକିଆ ପାଉଣା ବିସିସିଆଇ ପ୍ରଦାନ କରି ନାହିଁ। ତେଣୁ ତାଙ୍କୁ ବାକିଆ ପାଉଣା ପ୍ରଦାନ କରିବାରେ ବିସିସିଆଇ ଆଉ ହେଳା କରିବା ଅନୁଚିତ୍‌ ବୋଲି ଆଇସିଏ କହିଛି।

Comments are closed.