ଦାଦାଙ୍କ କରୋନା ରିପୋର୍ଟ ନେଗେଟିଭ୍

କଲକତା : କ୍ରିକେଟ ଜଗତର ‘ଦାଦା’ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ କରୋନା ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି। କରୋନା ସନ୍ଦେହରେ ସେ ତାଙ୍କ ନମୁନା ପରୀକ୍ଷା କରିବାକୁ ଦେଇଥିଲେ। ଭାରତର ପୂର୍ବତନ ଅଧିନାୟକ ଗାଙ୍ଗୁଲୀ ଗତ ଏକ ସପ୍ତାହରୁ ଅଧିକ ସମୟ ଘରେ ପୃଥକବାସରେ ରହିଛନ୍ତି।

ତେବେ ତାଙ୍କ ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲୀଙ୍କ କରୋନା ରିପୋର୍ଟ ପଜିଟିଭ ଥିବା ଜଣାପଡିଛି। ଗାଙ୍ଗୁଲୀଙ୍କ ନିକଟତମ ସୂତ୍ରରୁ ଜଣାପଡିଛି ଯେ ସେ ତାଙ୍କ ଅସୁସ୍ଥ ମା’ ଏବଂ ପରିବାର ସହିତ ରହୁଛନ୍ତି। ତେଣୁ ସନ୍ଦେହରେ ନମୁନା ଭାବେ ପରୀକ୍ଷା କରାଇଥିଲେ। କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି।

ତେବେ ବଙ୍ଗଳା କ୍ରିକେଟ୍ ଆସୋସିଏସନର ସଚିବ ସ୍ନେହାଶିଷ ସୁସ୍ଥ ଅଛନ୍ତି ଏବଂ ଦିନେ କିମ୍ବା ଦୁଇ ଦିନ ଡାକ୍ତରଖାନାରୁ ଡିସଚାର୍ଜ ହେବେ। ସ୍ନେହାଶିଷଙ୍କ ପତ୍ନୀ, ଶାଶୁ, ଶ୍ୱଶୁର ଏବଂ ଘରୋଇ ସାହାୟିକାଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା। ଏହା ପରେ ସେ ବେହାଲାରେ ଥିବା ତାଙ୍କ ପୈତୃକ ଘରେ ରହୁଥିଲେ।

Comments are closed.