ବିସିସିଆଇର ନୂଆ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ ଗାଙ୍ଗୁଲି

ମୁମ୍ବଇ: ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ସଭାପତି ହେବାକୁ ଯାଉଛନ୍ତି। ଗାଙ୍ଗୁଲି ବିସିସିଆଇର ନୂଆ ସଭାପତି ପଦପାଇଁ ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଗାଙ୍ଗୁଲିଙ୍କୁ ସଭାପତି କରିବା ଲାଗି ଅଧିକାଂଶ ରାଜ୍ୟ କ୍ରିକେଟ ଆସୋସିଏସନ୍‌ର ପ୍ରତିନିଧିମାନେ ରବିବାର ରାତିରେ ରାଜି ହୋଇଥିଲେ। ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବାକୁ ଗାଙ୍ଗୁଲି ରାଜି ନହେବାରୁ ରବିବାର ପୂର୍ବାହ୍ନରେ ସଭାପତି ଦୌଡ଼ରେ ବ୍ରିଜେଶ ଆଗରେ ଥିଲେ। ତେବେ ରାତିରେ ନାଟକୀୟ ପରିବର୍ତ୍ତନ ହୋଇଥିଲା। ରାଜ୍ୟ କ୍ରିକେଟ ଆସୋସିଏସନ୍‌ର ପ୍ରତିନିଧିମନେ ବ୍ରିଜେଶ ପଟେଲଙ୍କୁ ବିରୋଧକରି ଗାଙ୍ଗୁଲିଙ୍କୁ ସମର୍ଥନ ଦେଇଥିଲେ। ଗାଙ୍ଗୁଲିଙ୍କୁ ସଭାପତି କରିବା ପାଇଁ ସମର୍ଥନ ଯୋଗାଡ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବିସିିସିଆଇର ପୂର୍ବତନ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।

Comments are closed.