ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା କଲା ବିସିସିଆଇ

ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି। ବିସିସିଆଇ ସୂଚନା ଅନୁଯାୟୀ ଚୟନ କମିଟି ଭିଡିଓ କନଫରେନସିଂ ମାଧ୍ୟମରେ ତିନୋଟି ଫର୍ମାଟ ପାଇଁ ଖେଳାଳି ଚୟନ କରିଛି। ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଟି-ଟ୍ୱେଣ୍ଟି, ୩ଟି ଏକଦିବସୀୟ ଏବଂ ଚାରିଟି ଟେଷ୍ଟ ମ୍ୟାଚ୍ ଖେଳିବ। ଆହତ ହୋଇଥିବା କାରଣରୁ ବର୍ତ୍ତମାନ ପାଇଁ ରୋହିତ ଶର୍ମା ଓ ଇଶାନ୍ତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇ ନାହିଁ। ବିସିସିଆଇ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି।

ଦଳର ଅଧିନାୟକ ବିରାଟ କୋହଲିଂକ ବ୍ୟତୀତ ଟି-ଟ୍ୱେଣ୍ଟି ପାଇଁ ୧୫ ଜଣ, ଏକଦିବସୀୟ ପାଇଁ ୧୪ ଜଣ ଏବଂ ଟେଷ୍ଟ ମ୍ୟାଚ ପାଇଁ ୧୭ ଜଣିଆ ଦଳ ଘୋଷଣା କରାଯାଇଛି।

ଟି-ଟ୍ୱେଣ୍ଟି ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ମୟଙ୍କ ଅଗ୍ରୱାଲ, କେ.ଏଲ. ରାହୁଲ, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ୍, ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ଜସପ୍ରୀତ ବୁମରାହ, ମହମ୍ମଦ ଶାମି, ନବଦୀପ ସାଇନି, ଦୀପକ ଚହର ଓ ବରୁଣ ଚକ୍ରବର୍ତ୍ତୀ

ଏକଦିବସୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଶୁବମାନ ଗିଲ, କେ.ଏଲ. ରାହୁଲ, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ରବିନ୍ଦ୍ର ଜାଡେଜା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜସପ୍ରୀତ ବୁମରାହ, ମହମ୍ମଦ ଶାମି, ନବଦୀପ ସାଇନି ଓ ଶାର୍ଦ୍ଦୁଲ ଠାକୁର

ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥ୍ଵୀ ଶାହ, କେ.ଏଲ. ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଶୁବମାନ ଗିଲ, ରିଦ୍ଧିମାନ ସାହା, ରୀଷଭ ପନ୍ତ, ଜସପ୍ରୀତ ବୁମରାହ, ମହମ୍ମଦ ଶାମି, ଉମେଶ ଯାଦବ, ନବଦୀପ ସାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଆର. ଅଶ୍ଵିନ ଓ ମହମ୍ମଦ ସିରାଜ

Comments are closed.