ଟିକା ନେବା ଉପରେ ବିସିସିଆଇର ଗୁରୁତ୍ବ

ନୂଆଦିଲ୍ଲୀ : ଆଇପିଏଲ୍ ୬ଟି ସହରରେ ଆୟୋଜିତ ହେବ। ମ୍ୟାଚ୍ ଆୟୋଜନ କରିବାକୁ ଥିବା ରାଜ୍ୟ କ୍ରିକେଟ୍ ଆସୋସିଏସନ୍ମାନକୁ ତା’ର କର୍ମଚାରୀ ଓ ଗ୍ରାଉଣ୍ଡଷ୍ଟାଫ୍ଙ୍କ ଟିକାକରଣ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ବିସିସିଆଇ ନିର୍ଦେଶ ଦେଇଛି। ଏହି ୬ଟି ସହର ହେଲା ମୁମ୍ବଇ, ବାଙ୍ଗାଲୋର, ଚେନ୍ନଇ, ଦିଲ୍ଲୀ, କଲକାତା ଓ ଅହମ୍ମଦାବାଦ। ଦିଲ୍ଲୀ ଏଣ୍ଡ୍ ଡିଷ୍ଟ୍ରିକ୍ଟସ କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ) ତା’ର କର୍ମଚାରୀଙ୍କୁ କୋଭିଡ୍-୧୯ ଟିକାଦେବାର ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏପ୍ରିଲ ୨୮ରୁ ମେ’ ୮ ମଧ୍ୟରେ ଦିଲ୍ଲୀରେ ୮ଟି ମ୍ୟାଚ୍ ଖେଳାଯିବ। ଆଇପିଏଲ୍ ଆୟୋଜନ ପାଇଁ ତାଙ୍କ କର୍ମଚାରୀଙ୍କୁ କୋଭିଡ୍ ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ବିଶେଷ ବ୍ୟବସ୍ଥା କରିଛନ୍ତି ଡିଡିସିଏ ସଭାପତି ରୋହନ ଜେଟ୍ଲି। ଅନ୍ୟ ରାଜ୍ୟ କ୍ରିକେଟ୍ ଆସୋସିଏସନ୍ ମଧ୍ୟ ଏପରି କରିବାକୁ ବିସିସିଆଇ ନିର୍ଦେଶ ଦେଇଛି। ପୁଣି ମ୍ୟାଚ୍ ଆୟୋଜନ କରିବାକୁ ଥିବା ୬ଟି ରାଜ୍ୟ କ୍ରିକେଟ୍ ଆସୋସିଏସନ୍ଙ୍କୁ ଏବେଠାରୁ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା ଲାଗି ବିସିସିଆଇ ନିର୍ଦେଶ ଦେଇଛନ୍ତି।