‘ଲକ ଡାଉନ’ ନିୟମ ଉଲ୍ଲଂଘନକାରୀଙ୍କୁ ବସ ଉଠ କରାଇଲା ପୁଲିସ

ଭୁବନେଶ୍ବର : ଲକ ଡାଉନ ସମୟରେ ଘର ବହାରକୁ ନ ବାହାରିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଥିବା ବେଳେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଣ ପକାଇଥିଲେ। ଏହାକୁ ରାଜ୍ୟରେ କିଛି ଯୁବକ ମାନୁ ନ ଥିବା ଘଟଣା ସାମ୍ନାକୁ ଆସିଛି। କଳାହାଣ୍ଡି ଜିଲା ବାଲି ଗୁଡାରେ ପୁଲିସ ପୋଷ୍ଟର ଧରାଇ ନିୟମ ଉଲ୍ଲଂଘନକାରୀଙ୍କୁ ଛିଡ଼ା କରାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ପରେ ଏଭଳି କିଛି ଦୃଶ୍ୟ ରାଜଧାନୀରେ ମଧ୍ୟ ଦେଖିବାକୁ ମିଳିଛି। ବାଣୀବିହାର ଠାରେ ବିନା କାରଣରେ ଯୁବକମାନେ ବାଇକରେ ବାହାରି ବୁଲାବୁଲି କରୁଥୁବାବେଳେ ପୁଲିସ ହାତରେ ଧରାପଡ଼ିଥିଲେ । ଧରା ପଡ଼ିବାପରେ ସେମାନେ ଜରୁରୀ କାଳୀନ ସେବା ପାଇଁ ବାହାରକୁ ବାହାରିଥିବା ବାହାନା କରି ଖସିଯିବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ ସେମାନଙ୍କୁ କାନଧରି ବସଉଠ କରାଇବାସହ ଘରୁ ନ ବାହାରିବାକୁ ତାଗିଦ କରି ଛାଡିଦେଇଥିବା ବେଳେ । କିଛି ଯୁବକଙ୍କୁ ମଧ୍ୟ ସ୍ଥାନୀୟ ଜେଲକୁ ପଠାଇ ଦିଆଯାଇଛି।

Comments are closed.