ସମବାୟ ଫସଲ ଋଣ ପରିମାଣ ୯ହଜାର କୋଟିକୁ ବୃଦ୍ଧି

ଭୁବନେଶ୍ବର: କୋଭିଡ୍‌-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ଖରିଫ୍‌ ଋତୁରେ ପୂର୍ବରୁ ଧାର୍ଯ୍ୟ ସମବାୟ ଫସଲ ଋଣ ପରିମାଣକୁ ୭୫୦୦ କୋଟି ଟଙ୍କାରୁ ୯୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। କ୍ଷୁଦ୍ର ଓ ନାମମାତ୍ର ଚାଷୀ, ପ୍ରବାସୀ, ଯୁଗ୍ମଦେୟ ଗୋଷ୍ଠୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନରେ ପ୍ରାଧାନ୍ୟ ଦିଆଯିବ। ମତ୍ସ୍ୟଚାଷ, ଗୋପାଳନ, ପ୍ରାଣୀପାଳନ ଓ କୁକୁଡ଼ାଚାଷ ଆଦି କ୍ଷେତ୍ରରେ ଅଧିକ ସ୍ୱଳ୍ପକାଳୀନ ଋଣ ଯୋଗାଇ ଦିଆଯିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.