ରାଜଧାନୀରେ ଜୁଆ ଆଡ୍ଡା ଠାବ ; ୯ ଗିରଫ

ଭୁବନେଶ୍ୱର: କରୋନା କଟକଣା ଭିତରେ ରାଜଧାନୀରେ ଚାଲିଛି ଜୁଆ ଖେଳ। ଭୁବନଶ୍ବରସ୍ଥିତ ଆଇଆରସି ଭିଲେଜ ଭିଆଇପ କଲୋନୀରେ ଶନିବାର ଜୁଆ ଆଡ୍ଡା ଠାବ କରିଛି ପୁଲିସ। ନୟାପଲ୍ଲୀସ୍ଥିତ ଓୟୋ ହୋଟେଲରେ ଜୁଆ ଖେଳ ଚାଲିଥିବା ନେଇ ପୁଲିସ ଖବର ପାଇଥିଲା। ଏହାପରେ  ଜୁଆ ଆଡା ଉପରେ ପୁଲିସ ଚଢାଉ କରିଥିଲା। ଏହି ଚଢାଉ ସମୟରେ ୧ ଲକ୍ଷ ୫୦ ହଜାର ଟଙ୍କା ଓ ୩ଟି କାର୍ ସହ ୯ ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ହୋଇଥିବା ୯ଜଣଙ୍କ ମଧ୍ୟରେ ଅଧିକାଂଶ ବ୍ୟବସାୟୀ ଓ ଠିକାଦାର ଥିବା ସୂଚନା । ହେଲେ କିଭିଳି ଭାବେ କରୋନା କଟକଣା ମଧ୍ୟରେ ଜୁଆ ଖେଳ ଚାଲିଥିଲା ସେ ନେଇ ପୁଲିସର ତଦନ୍ତ ଚାଲିଛି ।

Comments are closed.