ଖାକିଲେ ଲାଗିଲା ଦାଗ ; ମହିଳାଙ୍କୁ ଅପହରଣ ଉଦ୍ୟମ, କନେଷ୍ଟବଳ ଗିରଫ

ଭୁବନେଶ୍ବର : ଖାକିରେ ପୁଣି ଲାଗିଲା ଦାଗ। ରାଜଧାନୀସ୍ଥିତ ସହିଦନଗର ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ୩ ଜଣ ଯୁବକକୁ ପୁଲିସ ଗିରଫ କରିଛି। ଗିରଫ ମଧ୍ୟରେ ଜଣେ ଓଡ଼ିଶା ପୁଲିସ ଆର୍ମଡ ଫୋର୍ସର କନେଷ୍ଟବଳ ରହିଛନ୍ତି।

ସୂଚନା ଅନୁଯାୟୀ, ମହିଳା ଜଣଙ୍କ ପାରିବାରିକ କଳହ ଯୋଗୁ ଘରୁ ପଳାଇ ଆସିଥିଲେ। ଏକ ଅଟୋ ଚାଳକ ତାଙ୍କୁ ଥାନାରେ ଛାଡିବାକୁ କହି ବିଭିନ୍ନ ଯାଗା ବୁଲାଇଥି। ପରେ ମହିଳା ଜଣଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା। ଅଟୋରେ ମଧ୍ୟ ତାଙ୍କ ପ୍ରତି ଅସଦାଚରଣ ହୋଇଥିବା ସେ ଅଭିଯୋଗ କରିଛନ୍ତି। ମହିଳା ଜଣଙ୍କ ଯେତେବେଳେ ଜାଣିବାକୁ ପାଇଲେ ଅଟୋଟି ଏକ ଥାନା ନିକଟରେ ଅଛି ସେ ଅଟୋରୁ ଡେଇଁ ପଡି ଚିତ୍କାର କରିଥିଲେ। ପରେ ସ୍ଥାନୀୟ ଲୋକେ ମହିଳଙ୍କ ଚତ୍କାର ଶୁଣି ୩ ଜଣ ଯୁବକଙ୍କୁ ଧରିଥିଲେ। ଘଟଣା ସ୍ଥଲରେ ପୁଲିସ ପହଞ୍ଚି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Comments are closed.