ବିଶ୍ୱ ଶୌଚାଳୟ ଦିବସ : ଓଡିଶାରେ ସ୍ୱଚ୍ଚତା ସଚେତନତା ଅଭିଯାନ ଉପରେ କର୍ମଶାଳା ଆଜି

0

ଭୁବନେଶ୍ୱର : ସହରର ଗରିବ ମାନଙ୍କୁ ସ୍ୱଚ୍ଚତା ପ୍ରତି ସଚେତନ କରାଇବା ପାଇଁ ବିଶ୍ୱ ଶୌଚାଳୟ ଦିବସ ପାଳନ କରାଯାଉଛି। ଏହି ଅବସରରେ ସେଣ୍ଟର ଫର ଆଡଭୋକାସି ଆଣ୍ଡ ରିସର୍ଚ ଏବଂ ରିସର୍ଚ ଟ୍ରାଇଙ୍ଗଲ ପ୍ରତିଷ୍ଠାନ ତତ୍ତ୍ୱାବଧାନରେ ବିଶ୍ୱ ଶୌଚାଳୟ ଦିବସରେ ଓଡିଶାରେ ସ୍ୱଛତାକୁ ନେଇ ଏକ କର୍ମଶାଳା ଆୟୋଜିତ ହେଉଛି। ଯେଉଁଥିରେ ଅଷ୍ଟ୍ରେଲିଆର ପ୍ରତିନିଧି ମଧ୍ୟ ଭାଗ ନେବେ। ସହରର ଗରିବ ମାନଙ୍କ ପାଇଁ ହେବାକୁ ଥିବା ଏହି ପ୍ରକଳ୍ପ ୫ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ବିଶ୍ୱ ଶୌଚାଳୟ ଦିବସ ନଭେମ୍ବର ୧୯ରେ ପାଳନ କରାଯାଉଥିବା ବେଳେ ପୁରୁଷ ହକି ବିଶ୍ୱକପ କାରଣରୁ ଏହାକୁ ତିନି ଦିନ ପୂର୍ବରୁ ଆୟୋଜନ କରାଯାଉଛି।
ମିଳିଥିବା ତଥ୍ୟ ଅନୁସାରେ ଓଡିଶା ସ୍ୱଚ୍ଛ ଭାରତ ମିଶନରେ ଘରେ ଘରେ ଶୌଚାଳୟ ନିର୍ମାଣ କରିବାରେ ଅଗ୍ରଣୀ ଭୁମିକା ଗ୍ରହଣ କରିଛି। ଏଥିପାଇଁ ପ୍ରଶଂସିତ ମଧ୍ୟ ହୋଇଛି। ବର୍ତ୍ତମାନ ଓଡିଶାର ପାଖାପାଖି ୫୫ପ୍ରତିଶତ ଘରେ ଶୌଚାଳୟ ନିର୍ମାଣ ହୋଇ ସାରିଛି। ପୂର୍ବରୁ ୨୦୧୪ ମସିହା ଅକ୍ଟୋବର ମାସ ସୁଦ୍ଧା ମାତ୍ର ୧୦ପ୍ରତିଶତ ଘରେ ଶୌଚାଳୟ ଥିଲା। ଓଡିଶା ସରକାରଙ୍କ କହିବାକଥା ରାଜ୍ୟ ସ୍ୱଚ୍ଛ ଭାରତ ମିଶନରେ ଶୌଚାଳୟ ନିର୍ମାଣରେ ପ୍ରଗତି ହାସଲ କରିଛି। ୨୦୧୮ ମସିହା ଶେଷ ସୁଦ୍ଧା ଲୋକ ମାନଙ୍କୁ ବାହାରକୁ ମଳତ୍ୟାଗ କରିବାକୁ ନଯିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ଶୁକ୍ରବାର ଦିନ ସ୍ୱଚ୍ଚତା ଉପରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଉପରେ ଚର୍ଚ୍ଚା ହେବ। ସମସ୍ୟାର କାରଣ ଏବଂ ଏହାର ନିରାକରଣ ପାଇଁ ବିସ୍ତୃତ ଆଳୋଚନା ପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ ପାଇଁ ପ୍ରସ୍ତୁତି କରାଯିବ। ସହରର ଗରିବ ଲୋକ ସ୍ୱଚ୍ଛତା ପ୍ରତି ସଚେତନ ହେବାପାଇଁ ଏହି କାର୍ଯ୍ୟକ୍ରମରେ ବିଶେଷ ଧ୍ୟାନ ଦିଆଯିବ। ଏବେ ଓଡିଶାରେ ଖୋର୍ଦ୍ଧା ଏବଂ କଟକ ଜିଲାରେ ସହରର ଗରିବ ମାନଙ୍କ ପାଇଁ ସ୍ୱଚ୍ଛତା ସଚେତନତା ଉପରେ ଅଭିଯାନ ଚାଲିବ। ଏହାର ଶୁଭାରମ୍ଭ ସ୍ମାର୍ଟସିଟି ଭୁବନେଶ୍ୱରରୁ ହେବ। ଏହି କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆରୁ ଆସିଥିବା ପ୍ରତିନିଧି ଶୌଚାଳୟ ବ୍ୟବହାର କରିବା ନେଇ ସଚେତନତା ସୃଷ୍ଟି କରିବେ। ଏହି ଅଭିଯାନ ଏକ ଶକ୍ତିଶାଳୀ ଅର୍ଥବ୍ୟବସ୍ଥା ଗଢିବା ଏବଂ ସ୍ୱାସ୍ଥ୍ୟ ସଚେତନତା ଉପରେ ଗୁରୁତ୍ଵଆରୋପ କରିବା ଏବଂ ଲୋକମ।ନଙ୍କ ସମ୍ମାନ ଏବଂ ସୁରକ୍ଷା(ବିଶେଷକରି ମହିଳା ମାନଙ୍କର) କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରବ। ସହରର ଗରିବ ମାନଙ୍କ ପାଇଁ ଦେଶବ୍ୟାପୀ ଏହି ସ୍ୱଚ୍ଚତା କାର୍ଯ୍ୟକ୍ରମ ୫ବର୍ଷ ପାଇଁ (୨୦୧୮-୨୩) ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ସ୍ୱଚ୍ଛତା ଉପରେ ସାମୁହିକ ଜାଗରଣ ସୃଷ୍ଟି କରିବା ଏହାର ମୁଖ୍ୟ ଉଦେଶ୍ୟ ହେବ।
ଆୟୋଜକ ମାନଙ୍କର କହିବା କଥା ଏହାଦ୍ୱାରା ରାଜ୍ୟରେ ସ୍ୱଚ୍ଚତାରେ ଏକ ବଡ ପରିବର୍ତ୍ତନ ଆସିବ। ଆସନ୍ତାକାଲି ଭୁବନେଶ୍ୱରରେ ହେବାକୁଥିବା ଏହି କର୍ମଶାଳାରେ ସ୍ୱଚ୍ଛତା କ୍ଷେତ୍ରରେ ଯୋଗଦାନଥିବା ସଂଗଠନ, ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯିବ। ୨୦୦୧ ମସିହାରେ ବିଶ୍ୱ ଶୌଚାଳୟ ସଙ୍ଗଠନ ଦ୍ୱାରା ଏହାର ସୁଭାରମ୍ଭ ହୋଇଥିଲା। ଏହି ସଙ୍ଗଠନ ଏକ ଳାଭକାରୀ ସଙ୍ଗଠନ ଯାହା ସ୍ୱଚ୍ଚତା ଉପରେ ଏକ ବଡ ପଦକ୍ଷପ ହୋଇଛି। ଏହା ୫୩ଟି ଦେଶରୁ ବୃଦ୍ଧି ପାଇ ଏବେ ୧୫୧ଟି ଦେଶରେ ପହଞ୍ଚିଛି। ୨୦୧୮ ମସିହା ପାଇଁ ବିଶ୍ୱ ଶୌଚାଳୟ ଦିବସର ବାର୍ତ୍ତା ହେଉଛି ‘ଯେତେବେଳେ ପ୍ରକୃତି ଡାକ ଦିଏ’  (ହୋଏନ୍ ନେଚର କଲ୍ସ)। ଏବେ ମଧ୍ୟ ଦେଶର ପ୍ରାୟ ୬୦ପ୍ରତିଶତ ଲୋକଙ୍କ ପାଖରେ ସ୍ୱଚ୍ଛତା ପହଞ୍ଚି ପାରିନାହିଁ।

Leave A Reply