ରାଜଧାନୀରୁ ତାର ଚୋରି ରାକେର୍ଟର ପର୍ଦ୍ଦାଫାସ ; ୨ ଅଟକ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ତାର ଚୋରି ରାକେଟର ପର୍ଦ୍ଦାଫାସ ହୋଇଥିବା ରବିବାର ଜଣାପଡ଼ିଛି। ଲିଙ୍ଗରାଜ ଥାନା ଅନ୍ତର୍ଗତ ରଥରୋଡ ଗୋସାଗରେଶ୍ୱର ଛକରୁ ବିପୁଳ ପରିମାଣରେ ବିଦ୍ୟୁତ ତାର ଜବତ କରାଯାଇଛି। ଏକ ଗୋଦାମ ଘରୁ ବଣ୍ଡଲ ବଣ୍ଡଲ ୧୧ କେଭି ବିଦ୍ୟୁତ ତାର ଜବତ ହୋଇଛି ବୋଲି ସୂଚନା ମିଳିଛି। ଚୋରି ପରେ ତାରକୁ କାଟି ବାହାରକୁ ଚାଲାଣ ହେଉଥିବା ଜଣାପଡ଼ିଛି। ସମ୍ପୃକ୍ତ ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି।