ଓଡିଶା ପାଗରେ ହଠାତ ପରିବର୍ତ୍ତନ ; ୨୪ ଘଣ୍ଟାରେ କିଛି ସ୍ଥାନରେ ବର୍ଷା ସମ୍ଭାବନା

ରାଜଧାନୀର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା

ଭୁବନେଶ୍ୱର : ଆଜି ସକାଳ ସମୟରୁ ଓଡିଶା ପାଗରେ ହଠାତ ପରିବର୍ତ୍ତନ ଦେଖାଯାଇଛି। ଆନ୍ଧ୍ରର ଉତ୍ତର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା କାରଣରୁ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡିଶା ପାଗରେ ପରିବର୍ତ୍ତନ ଘଟିଛି। ରାଜ୍ୟର କିଛି ଜିଲାରେ ପାଗ କୋହଲା ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ରହିଛି। ଏହାସହ ରାଜଧାନୀର କିଛି ଅଞ୍ଚଳରେ ଝିପିଝିପି ବର୍ଷା ହୋଇଛି। ୨ ଦିନ ପରେ ରାଜ୍ୟର ପାଗ ସ୍ୱାଭାବିକ ହେବା ନେଇ ଜଣାପଡିଛି।
ଏହାସହ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ନୂଆପଡା, କଳାହାଣ୍ଡି, ରାୟଗଡା, କନ୍ଧମାଳ, ଗଜପତି ଓ ବଲାଙ୍ଗୀର ଆଦି ଜିଲା ବର୍ଷା ହେବା ସହ ପାଗ ମେଘୁଆ ରହିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ମେଘୁଆ ରହିବ ।ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

 

Comments are closed.