ଆତ୍ମନିର୍ଭର ଭାରତ ଅଧୀନରେ ବିଶ୍ୱସ୍ତରୀୟ ଗବେଷଣା କେନ୍ଦ୍ର ସ୍ଥାପନ ହେଉ

ଭୁବନେଶ୍ୱର: ଆତ୍ମନିର୍ଭର ଭାରତ ଅଧୀନରେ ଦେଶରବୃହତ ଇସ୍ପାତ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ମିଳିତ ଭାବେ ଓଡ଼ିଶାରେ ଏକ ବିଶ୍ୱସ୍ତରୀୟ ଗବେଷଣା କେନ୍ଦ୍ର ସ୍ଥାପନ କେନ୍ଦ୍ର ପାଇଁ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରସ୍ତାବ ରଖିଛନ୍ତି। ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆନୁକୂଲ୍ୟରେ ଆୟୋଜିତ ଏକ ଭର୍ଚୁଆଲ୍‌ ବୈଠକରେ ସେ ଏହା କହିଛନ୍ତି। ଓଡ଼ିଶାବିଗତ ୨୦ବର୍ଷ ଧରି ଏକ ସ୍ଥିର ଓ ମଜବୁତ ସରକାର ପ୍ରଦାନ କରିଆସିଛି । ଯାହା ଉପଯୁକ୍ତ ରାଜନୈତିକ ପରିବେଶ ସୃଷ୍ଟି କରିବା ସହ ପୁଞ୍ଜିନିବେଶକମାନଙ୍କୁ ଆକୃଷ୍ଟ ଓ ଶିଳ୍ପାୟନର ଅଗ୍ରଗତି କରିବା ପାଇଁ ସ୍ଥିର ନୀତି ନିର୍ଦ୍ଧାରଣ ମଜବୁତ୍‌ ଢାଞ୍ଚା ନିର୍ମାଣ କରି ପାରିଛି । ଏତଦ୍‌ବ୍ୟତୀତ ରାଜ୍ୟରେବି ପୁଳ ଖଣିଜ ସଂପଦ ଏବଂ ପ୍ରାକୃତିକ ସଞ୍ଚଳ ସହ ଦେଶର ୧୧ ଶତକଡ଼ା ଜଳ ଗଚ୍ଛିତ ରହିଛି । ସେସବୁ ଦୃଷ୍ଟିରୁ ଓଡ଼ିଶାରେ ଗବେଷଣା କେନ୍ଦ୍ର ସ୍ଥା ପନ ହେଲେ ତାହା ଆଗାମୀ ଦିନରେ ଇସ୍ପାତ୍‌ ଶିଳ୍ପର ଉନ୍ନତ ଉତ୍ପାଦକତାରେ ସହାୟକ ହେବା ସହ ଅନ୍ୟାନ୍ୟ ଶିଳ୍ପଗୁଡ଼ିକୁ େପ୍ରାତ୍ସାହିତ କରିବ। ରାଜ୍ୟରେ ଆବଶ୍ୟକୀୟ ଭିତ୍ତିଭୂମି ରହିଥିବା ଏବଂ ଶିଳ୍ପ ସଂସ୍ଥାଗୁଡ଼ିକ ସମ୍ମୁଖୀନ ହେଉଥିବା ଟ୍ୟାକ୍ସ, କଞ୍ଚାମାଲ ଓ ଦର ନିର୍ଦ୍ଧାରଣ ଭଳି ସମସ୍ୟାର ସମାଧାାନ କରିବା ପାଇଁ ସରକାର ସର୍ବଦା ପଥ ଉନୁକ୍ତ ରଖିଛନ୍ତି ବୋଲି ତାଙ୍କବକ୍ତବ୍ୟରେ ସେ କହିଥିଲେ । ଏହି ବୈଠକରେ କେନ୍ଦ୍ର େପଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ର​ଧାନ ଆତ୍ମନିର୍ଭର ଭାରତବ୍ୟାଖ୍ୟା କରି ଏହା ଆୟ ଉପାର୍ଜନ କରି ନିଜେବଞ୍ଚିବା ସହ କର୍ମସଂସ୍ଥାନ ସୃଷ୍ଟି କରିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରମୁଖ ଶିଳ୍ପ ସଚିବ ହେମନ୍ତ ଶର୍ମା, ଜିନ୍ଦଲ ଇସ୍ପାତ ଓ ଶକ୍ତି ଲିଃ ଅଧ୍ୟକ୍ଷ ନବୀନ ଜିନ୍ଦଲ, ଭାରତୀୟ ତୈଳ ନିଗମର ଅଧ୍ୟକ୍ଷ ଶ୍ରୀକାନ୍ତ ମାଧବ ବୈଦ୍ୟ, ହଳଦିଆ ​‌େପଟ୍ରୋକେମିକାଲ୍ସର ସର୍ବକାଳୀନ ନିର୍ଦ୍ଦେଶକ ସୁଭାଷେନ୍ଦୁ ଚାଟାର୍ଜୀ,ବିଶାଖା ପାଟଣା ଇସ୍ପାତ କାରଖାନାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୋଷ କୁମାର ରଥ ପ୍ରମୁଖ ଅଂଶଗ୍ରହଣ କରି େ ପଟ୍ରୋକେମିକାଲ୍ସ ଶିଳ୍ପକୁ ଆଧାର କରି ନିମ୍ନରେବିକଶିତ ହେଉଥିବା ଅନ୍ୟାନ୍ୟ କ୍ଷୁଦ୍ର ଶିଳ୍ପସଂସ୍ଥାଗୁଡ଼ିକ କି ପରିବଞ୍ଚିରହି ଲୋକଙ୍କୁ କର୍ମସଂସ୍ଥାନ େଯାଗାଇ ପାରିବେ ସେ ସଞ୍ଚର୍ନ୍ଧରେ ଆଲୋଚନା କରିଥିଲେ । ଓଡ଼ିଶାରେ େ ପଟ୍ରୋକେମିକାଲ୍ସକୁ ନେଇ ଅନେକ ସମ୍ଭାବନା ରହିଛି ଯାହା ପ୍ରକୃତରେ ଆତ୍ମନିର୍ଭର ଭାରତ ସୃଷ୍ଟି କରିବାରେ ସାହାଯ୍ୟ କରି ପାରିବ ବୋଲିବକ୍ତାମାନେ ମତ ପ୍ରଦାନ କରିଥିଲେ।

Comments are closed.