ଗଣମାଧ୍ୟମ ଖବରର ପ୍ରଭାବ : ପଦକ୍ଷେପ ନେଲେ ମନ୍ତ୍ରୀ, ହିତାଧିକାରୀଙ୍କୁ ମଳିଲା ସାମଗ୍ରୀ

ଭୁବନେଶ୍ବର : ରାଜ୍ୟର କେତେକ ଅଂଚଳରେ ଗରିବ ଲୋକ ସରକାରୀ ସାହାଯ୍ୟ ପାଇ ନଥିବା ଖବର ଗଣମାଧ୍ୟମରେ ଆସିବା ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତ୍ବରିତ ପଦକ୍ଷେପ ନେଇଛନ୍ତି। ନିର୍ଦ୍ଦିଷ୍ଟ ଅଭିଯୋଗ ସଂପର୍କରେ ସଂପୃକ୍ତ ଅଂଚଳର ବିଭାଗୀୟ ଅଧିକାରୀଙ୍କୁ ନର୍ଦେଶ ଦେବା ପରେ ହିତାଧିକାରୀଙ୍କ ପାଖରେ ସାମଗ୍ରୀ ପହଞ୍ଚିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ନୟାଗଡ ଜିଲା ଦଶପଲା ଅଂଚଳର ସରିଗଣ୍ଡା ପଞ୍ଚାୟତର କାମସର ଗ୍ରାମର ବାଲି ଜାନୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାହାଯ୍ୟ ମିଳିନଥିବା ଖବର ପ୍ରକାଶିତ ହେବାପରେ ମନ୍ତ୍ରୀ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ। ଏହାପରେ ତୁରନ୍ତ ତାଙ୍କ ପାଖରେ ସାହାଯ୍ୟ ପହଞ୍ଚିଥିଲା। ସେହିପରି ଝୁମ୍ପୁରା ପଞ୍ଚାୟତର ସୁନିତା ମୁଣ୍ଡା ହେଉ କିମ୍ବା ସାଲିଆସାହିର ଝିଲି ସାହୁ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସେମାନଙ୍କ ପାଖରେ ସାହାଯ୍ୟ ପହଞ୍ଚିଥିଲା। ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଆସୁଥିବା ଲୋକଙ୍କ ସମସ୍ୟାକୁ ଗୁରୁତର ସହ ନେଇ ତୁରନ୍ତ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ସ୍ବାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

Comments are closed.