ରାମ୍ପରେ ଚାଲିଲେ କର୍କଟମୁକ୍ତ ମହିଳା

ଭୁବନେଶ୍ବର : ପରିଚୟ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ହୋଇଯାଇଛି କାୟା ଫ୍ୟାଶନ୍‌ ଶୋ’ର ଚତୁର୍ଥ ସଂସ୍କରଣ। ଅଧାରୁ ପାଠ ଛାଡ଼ିଥିବା ଝିଅଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଜରିଆରେ ପାଣ୍ଠି ଯୋଗାଡ଼ କରାଯାଇଛି। ଏହି ଶୋ’ର ବିଶେଷତ୍ବ ଥିଲା ଏଥିରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସମସ୍ତେ କ୍ୟାନସର ଭଳି ଦୂରାରୋଗ୍ୟରୁ ମୁକ୍ତି ପାଇଛନ୍ତି। ଏହି କାର୍ଯ୍ୟକ୍ରମରେ କେନିଆ ମହାଆୟୋଗର ମହାମହିମ ଉଇଲି କେ ବେଟ୍, କେସସ୍ ଲୋକସଭା କ୍ଷେତ୍ରର ସାଂସଦ ତଥା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଂସଦୀୟ କମିଟିର ଉପାଧ୍ୟକ ଡ. ସ୍ୱରୂପ ଆର. ମିଶ୍ର ଓ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇଥିଲେ। ଫ୍ୟାଶନଶୋ’ରେ ମଡେଲଙ୍କ ସହିତ କଳାକାର ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିେନତ୍ରୀ ଅନୁ ଚୌଧୁରୀ ଭାଗନେବା ସହିତ କର୍କଟ ପୀଡିତଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ କରିଥିଲେ। ପରିଚୟ ଫାଉଣ୍ଡେସନ ପ୍ରତିଷ୍ଠାତ୍ରୀ ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର କହିଥିଲେ ଯେ ଏକ ମହତ କାମ ପାଇଁ ପ୍ରୟାସ ଆରମ୍ଭ କରି ସଫଳ ହୋଇଛୁ। ଆଗାମୀ ଦିନରେ ଅଧାରୁ ପାଠ ଛାଡିଥିବା ୬୦ ଜଣ ଝିଅଙ୍କ ଦାୟିତ୍ୱ ନେବା ସହିତ ସେମାନଙ୍କୁ ତାଲିମ ଦେଇ ଏନ୍ଆଇଓଏସ୍ ଅଧୀନରେ ମାଟ୍ରିକ୍ ପରୀକ୍ଷାରେ ସାମିଲ କରାଇବା ବ୍ୟବସ୍ଥା କରିଛୁ। ରଞ୍ଜନା ଅଗ୍ରୱାଲ, ସ୍ୱାଗତିକା ଆଚାର୍ଯ୍ୟ, ଡଃ. ଜେ ଏମ୍ ରାଓ, ରାଜେଶ୍ୱରୀ ଭୂୟାଁ, ବିଷ୍ଣୁପ୍ରିୟା ସାହୁ, ଭବାନୀ ଓନୀ, ପି.କେ. ତ୍ରିପାଠୀ ଏବଂ ବିଜୟାଲକ୍ଷ୍ମୀ କର ପ୍ରମୁଖ ରାମ୍ପରେ ଅଂଶଗ୍ରହଣ କରିଥିଲେ।

Comments are closed.