ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଯୁବକ ; ରକ୍ତଦାନ ଶିବିର ଆୟୋଜନ କରି ସାଜିଲେ ଉଦାହରଣ

ଭୁବନେଶ୍ବର : ଲକ ଡାଉନ ସମୟରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଥିବା ବେଳେ ନିଆରେ ଢଙ୍ଗରେ ଜଣେ ଯୁବକ ନିଜ ଜନ୍ମଦିନ ପାଳନ କରିଛନ୍ତି। ଭୁବନେଶ୍ବର ପଟିଆସ୍ଥିତ ଇଞ୍ଜଣା ଗ୍ରାମର ଦେବାଶିଷ ପତି ତାଙ୍କ ଜନ୍ମ ଦିନରେ ଥାଲାସେମିଆ ରୋଗୀମାନଙ୍କ ଉଦେଶ୍ୟରେ ରକ୍ତଦାନ ଶିବିର ଆୟୋଜନ କରିଥିଲେ। ଉକ୍ତ ରକ୍ତଦାନ ଶିବିର କ୍ୟାପିଟାଲ ରକ୍ତଭଣ୍ଡାରର ମିଳିତ ସହଭାଗୀତାରେ ଆୟୋଜନ କରାଯାଇଥିଲା। ଏଥିରେ ୨୫ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।  ଏହି କାର୍ଯ୍ୟକ୍ରମରେ ଡା. ଦେବାଶିଷ ମିଶ୍ର ଓ ଡା. ଜ୍ୟୋତି କର ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସମସ୍ତ ରକ୍ତ ଦାତାଙ୍କରୁ ରକ୍ତବୀର ସମ୍ମାନ ପ୍ରଦାନ କରାଯାଇଥିଲା ।

Comments are closed.