ଅଧ୍ୟକ୍ଷଙ୍କ ମୁଣ୍ଡରେ ହାତୁଡ଼ି ପ୍ରହାର ଘଟଣାକୁ ବିତିଲାଣି ୭୨ ଘଣ୍ଟା : ପୁଲିସ ହାତ ଖାଲି , ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ   

ଭୁବନେଶ୍ବର : ଅଧ୍ୟକ୍ଷଙ୍କ ମୁଣ୍ଡରେ ହାତୁଡ଼ି ପ୍ରହାର ଘଟଣାକୁ ୭୨ ଘଣ୍ଟା ବିତିସାରିଥିଲେ ମଧ୍ୟ ଅଭିଯୁକ୍ତ ଛାତ୍ରକୁ ପୁଲିସ ଧରିବାରେ ବିଫଳ ହୋଇଛି ।  ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ଅଧ୍ୟକ୍ଷ ମଙ୍ଗଳବାର ନିଜ ପ୍ରକୋଷ୍ଠରେ କାର୍ଯ୍ୟବ୍ୟସ୍ତ ଥିବାବେଳେ ପୂର୍ବ ଘଟଣାକୁ କେନ୍ଦ୍ରକରି ଉକ୍ତ ଛାତ୍ର ଜଣକ ହାତରେ ଲୁଚାଇ ନେଇଥିବା ହାତୁଡ଼ିରେ ଅଧ୍ୟକ୍ଷଙ୍କ ମୁଣ୍ଡକୁ ଅତର୍କିତ ଭାବେ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳ ପୁଲିସ ମଧ୍ୟ ଅଭିଯୁକ୍ତ ଛାତ୍ରକୁ ବର୍ତ୍ତମାନ ପର୍ଯ୍ୟନ୍ତ ଧରିପାରି ନାହଁ । ଏ ନେଇ ତାଙ୍କ ନିକଟ ସମ୍ପର୍କୀୟ  ଇନ୍‌ଫୋସିଟି ଥାନା ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାର ସମ୍ପୂର୍ଣ ଚ୍ଚିତ୍ର ସିସିଟଭିରେ କଏଦ ହୋଇ ରହିଛି । ଛାତ୍ର ଏତେ ପ୍ରତିଶୋଧପରାୟଣ ହୋଇପଡ଼ିଥିଲା ଯେ ଗୁରୁଙ୍କୁ ଆକ୍ରମଣ କରିବାକୁ ବି ପଛାଇ ନଥିଲା । 

ସୂଚନା ଅନୁଯାୟୀ, ଗତ ପ୍ରାୟ ୬ ମାସ ତଳେ କଲେଜର ଯୁକ୍ତ ୩ ବିଜ୍ଞାନର ଦ୍ବିତୀୟ ବର୍ଷର ଜଣେ ଛାତ୍ର ପରୀକ୍ଷାରେ କପି କରୁଥିବା ବେଳେ ଜଣେ ଅଧ୍ୟାପକ ତାଙ୍କ କପି ଜବତ କରିବା ସହିତ ମାଲ୍‌ପ୍ରାକ୍ଟିସ୍‌ କରିଥିଲେ। ଏନେଇ ଉକ୍ତ ଛାତ୍ର ଜଣକ ପରେ ଅଧ୍ୟକ୍ଷଙ୍କୁ ଭେଟି ଉକ୍ତ ପରୀକ୍ଷାକୁ ମାଲ୍‌ପ୍ରାକ୍ଟିସ ନ କରିବାକୁ କହିଥିଲା। ହେଲେ ଅଧ୍ୟକ୍ଷ ଏଥିରେ କୌଣସି ସହଯୋଗ ନ କରିବାରୁ ଛାତ୍ର ଜଣକ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲା। କରୋନା ପାଇଁ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ପାଇଁ ବନ୍ଦ ରଖିଛନ୍ତି। ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ଖୋଲା ରହିଛି। ଅଧ୍ୟକ୍ଷ ଶ୍ରୀ ରାଉତ ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ନିଜ ପ୍ରକୋଷ୍ଠରେ କାର୍ଯ୍ୟବ୍ୟସ୍ତ ଥିବାବେଳେ ପୂର୍ବ ଘଟଣାକୁ କେନ୍ଦ୍ରକରି ଉକ୍ତ ଛାତ୍ର ଜଣକ ହାତରେ ଲୁଚାଇ ନେଇଥିବା ହାତୁଡ଼ିରେ ତାଙ୍କ ମୁଣ୍ଡକୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଅଧ୍ୟକ୍ଷଙ୍କ ଚିତ୍କାର ଶୁଣି ଅନ୍ୟ କର୍ମଚାରୀ ଦୌଡ଼ି ଆସିଥିଲେ। ତଥାପି ଉକ୍ତ ଛାତ୍ର ଜଣକ ପୁନର୍ବାର ଶ୍ରୀ ରାଉତଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ପାହାର ଦେବା ବେଳେ ସେ ହାତ ଦେଖାଇ ଦେଇଥିଲେ। ଦ୍ବିତୀୟ ପାହାରଟି ତାଙ୍କ ହାତରେ ଲାଗିଥିଲା। ଅନ୍ୟ କର୍ମଚାରୀ ଉକ୍ତ ଛାତ୍ରକୁ କାବୁ କରିବାକୁ ଯିବା ବେଳେ ସେ ସମସ୍ତଙ୍କୁ ଭୟଭୀତ କରି ଖସି ପଳାଇଥିଲା। ଗୁରୁତର ଆହତ ଅଧ୍ୟକ୍ଷଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତିନି ଦିନ ହେବ ଅଧ୍ୟକ୍ଷ ଆଇସିୟୁରେ ଅଛନ୍ତି। ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କ ଅବସ୍ଥା ଜଟିଳ ରହିଛି। ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଛି। ତାଙ୍କ ନିକଟ ସମ୍ପର୍କୀୟ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଉକ୍ତ ଛାତ୍ର ଜଣକ ରଙ୍ଗମାଟିଆରେ ଭଡ଼ାରେ ରହୁଥିବା ପୁଲିସ ସୂଚନା ପାଇଛି।

 

 

Comments are closed.