ପାର୍କିଂ ଜୁଲମ୍: ନିଲାମକୁ ନା, ବେଆଇନ ଆଦାୟ

ଭୁବନେଶ୍ବର: ପାର୍କିଂକୁ ନେଇ ରାଜଧାନୀରେ ବଢୁଛି ଅଡୁଆ। ସ୍ଥାନ ନିଲାମ ଦରକୁ ବିଏମ୍‌ସି ଦୁଇଗୁଣା ବୃଦ୍ଧି କରିବା ଯୋଗୁଁ ପ୍ରକ୍ରିୟା‌େ‌ର ଭାଗ ନେବାକୁ କୌଣସି ସଂସ୍ଥା ରାଜି ହେଉନଥିବା ବେଳେ ଏହାର ସୁଯୋଗ ନେଇ ବେଆଇନ ଭାବେ ପାର୍କିଂ ଫି’ ଆଦାୟରେ କିଛି ଅସାମାଜିକ ଲାଗି ପଡ଼ିଛନ୍ତି। ଏବେ ବି ଅଧାଅଧି ପାର୍କିଂ ସ୍ଥଳକୁ ନିଲାମ ଲାଗି ବିଏମ୍‌ସି ସମର୍ଥ ହୋଇପାରିନି।

କରୋନା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିବାରୁ ବଜାର ଘାଟ, ପର୍ଯ୍ୟଟନ ସ୍ଥଳୀ, ଧର୍ମପୀଠ ଆଦିରେ ଲୋକଙ୍କ ସମାଗମ ବୃଦ୍ଧି ପାଇଛି। ଲୋକଙ୍କଠାରୁ ଜୋରଜବରଦସ୍ତ ପାର୍କିଂ ଫି’ ଆଦାୟ ହେଉଛି। ବିଏମ୍‌ସି ପାର୍କିଂସ୍ଥଳୀ ବ୍ୟତୀତ ଅନ୍ୟ ସ୍ଥାନରେ ବେଆଇନ ଭାବେ ଲୋକଙ୍କଠୁ ଅର୍ଥ ଆଦାୟ ହେଉଛି। ବାଇକ ପିଛା ୧୦ଟଙ୍କାରୁ ଅଧିକ ଆଦାୟ ହେଉଥିବାବେ‌େ‌ଳ କାର୍‌ ପାଇଁ ସର୍ବନିମ୍ନ ୨୦ଟଙ୍କା ଆଦାୟ କରାଯାଉଛି। ଏହାକୁ ନେଇ ଟିକଟ କଟାଳି ଏବଂ ଚାଳକଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି। ଏଭଳି ଅନେକ ଘଟଣା ଘଟୁଥିବା ସ୍ଥାନୀୟ ପୁଲିସ ଏବଂ ବିଏମ୍‌ସି ନିକଟ‌େ‌ର ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ଖଣ୍ଡଗିରି ଏବଂ ଉଦୟଗିରିରେ ପରିଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଏହାର ସୁଯୋଗ ନେଇ କିଛି ଲୋକ ପରିଦର୍ଶକଙ୍କଠୁ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରୁଛନ୍ତି। ଟଙ୍କା ନ ଦେଲେ ପାର୍କିଂ ନ କରିବାକୁ ଧମକ ଦେଉଛନ୍ତି।

ସହରର ବିଭିନ୍ନ ସ୍ଥାନ‌େ‌ର ବିଏମ୍‌ସିର ୭୬ଟି ପାର୍କିଂ ସ୍ଥାନ ଥିବାବେଳେ ସେଥିରୁ ୭୨ଟି କାର୍ଯ୍ୟକ୍ଷମ ରହିଛି। ଏଗୁଡ଼ିକ ମଧ୍ୟରୁ ପାଖାପାଖି ୪୦ଟି ପାର୍କିଂସ୍ଥଳୀ ନିଲାମ ଯାଇଛି। ବାକିଗୁଡ଼ିକ ନିଲାମ ଅପେକ୍ଷାରେ ରହିଛି। ଜନପଥରେ ରାଜମହଲରୁ ଶ୍ରୀୟା ଛକ ପର୍ଯ୍ୟନ୍ତ କିନ୍ନରଙ୍କୁ ଦୁଇମାସ ପରୀକ୍ଷାମୂଳକ ଭାବେ ପରିଚାଳନା ଦାୟିତ୍ବ ଦିଆଯାଇଛି। ତେବେ ଖଣ୍ଡଗିରି ପାହାଡ଼, ନୂଆପଲ୍ଲୀର ଦ ୱାର୍ଲଡ, ଫାୟାର ଷ୍ଟେସନ ଛକ ରୋହନ ମୋଟର୍ସ, ଘାଟିକିଆ ଆମ୍ରି ହସ୍ପିଟାଲ, ନୂଆପଲ୍ଲୀ ବିଶାଲ ମେଗା ମାର୍ଟ, ପଟିଆ ବିଗ୍‌ ବଜାର, ୟୁନିଟ୍-ଅଶୋକ ନଗର କେଶରୀ ମଲ୍‌ ସମ୍ମୁଖ,ଖାରବେଳ ନଗର ଗୋଦାବରୀଶ ସାହିତ୍ୟ ସଂସଦ ପ୍ରଭୃତି ୩୨ଟି ପାର୍କିଂ ସ୍ଥାନରେ ବିଏମ୍‌ସି ନିଲାମ ଦେଇ ନାହିଁ। ଏଗୁଡ଼ିକର ନିଲାମ ଡକାଯାଇଥିଲେ ମଧ୍ୟ କୌଣସି ସଂସ୍ଥା ଆଗ୍ରହ ଦେଖାଉ ନ ଥିବାରୁ ପୁନର୍ବାର ନିଲାମ ଡକାଯାଇଛି। ଏଥିରେ ସନ୍ତୋଷଜନକ ଆବେଦନ ଆସି ନ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏଥର ନିଲାମ ନ ଗଲେ ବିଏମ୍‌ସି ବିକଳ୍ପ ପନ୍ଥା ଆପଣେଇବା ସମ୍ଭାବନା ସୃଷ୍ଟି ହୋଇଛି।

ଦକ୍ଷିଣପୂର୍ବ ଜୋନ୍‌ର ଖଣ୍ଡଗିରି ପାହାଡ଼ରେ ବିଏମ୍‌ସି ପାର୍କିଂ ସ୍ଥାନ( ଅଫ୍ ଷ୍ଟ୍ରିଟ୍‌) ରହିଛି। ଏହାର ନିଲାମ ପ୍ରକ୍ରିୟା ଜାରି ରହିଛି। କୌଣସି ସଂସ୍ଥାକୁ ନିଲାମ ଦିଆଯାଇ ନାହିଁ। ବର୍ତ୍ତମାନ କିଛି ଯୁବକ ପରିଦର୍ଶକଙ୍କଠାରୁ ବେଆଇନ ଭାବେ ଟିକଟ କାଟୁଛନ୍ତି। ପଚାରିଲେ ବିଏମ୍‌ସିଠାରୁ ଅନୁମତି ଆଣିଥିବା ଉତ୍ତର ଦେଉଛନ୍ତି। ଆଗକୁ ମେଳା ଥିବାରୁ ପରିଦର୍ଶକଙ୍କ ସଂଖ୍ୟା ବଢ଼ୁଛି। ଏହାର ସୁଯୋଗ ନେଇ ସେମାନେ ବେଆଇନ ଭାବେ ଅର୍ଥ ଆଦାୟ କରୁଛନ୍ତି। ସ୍ଥାନୀୟ ଲୋକ ହୋଇଥିବାରୁ ପରିଦର୍ଶକଙ୍କ ଉପରେ ମାନସିକ ଚାପ ରହୁଛି। ଏଥିପାଇଁ ସେମାନେ ବାଧ୍ୟହୋଇ ପାର୍କିଂ ଫି’ ଦେଉଥିବା କହିଛନ୍ତି।

ସ୍ଥାନୀୟ ପୁଲିସ ଏବଂ ବିଏମ୍‌ସି କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ବିଭିନ୍ନ ସ୍ଥାନରେ ବେଆଇନ ପାର୍କିଂ ଫି’ ଆଦାୟ ବୃଦ୍ଧି ପାଉଥିବା‌ ଦୀପୁ ଦଳବେହେରା ଅଭିଯୋଗ କରିଛନ୍ତି। ବିଏମ୍‌ସି ପକ୍ଷରୁ ଶୀଘ୍ର ପଦକ୍ଷେପ ନିଆଯିବାକୁ ସେ ଦାବି କରିଛନ୍ତି।
ଏହାଛଡ଼ା ବିଏମ୍‌ସି ପାର୍କିିଂ ସ୍ଥାନରେ ଟିକଟ କଟାଳି ପାଖରେ ପରିଚୟପତ୍ର ରଖୁ ନାହାନ୍ତି। ବିୟୁକେସି(ଭୁବନେଶ୍ବର ଅର୍ବାନ ନଲେଜ୍‌ ସେଣ୍ଟର) ଦ୍ବାରା ପ୍ରସ୍ତୁତ ଜ୍ୟାକେଟ୍‌ ପିନ୍ଧିବାକୁ ବାଧ୍ୟତାମୂଳକ ଥି‌େଲ ମଧ୍ୟ ସେପରି ଦେଖିବାକୁ ମିଳୁନାହିଁ। କେଉଁଠାରୁ କେଉଁ ପର୍ଯ୍ୟନ୍ତ ପାର୍କିଂ ସ୍ଥାନ ସେନେଇ ସୂଚନାଫଳକ ଲାଗୁ ନାହିଁ। ପାର୍କିଂ ସ୍ଥାନ ବାହାରେ ଯାନ ଥିଲେ ବି ଚାଳକଙ୍କଠାରୁ ଅର୍ଥ ଆଦାୟ ହେଉଛି। ସ୍ମାର୍ଟସିଟିରେ ପାର୍କିଂ ଫି’ ଆଦାୟକୁ ନେଇ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି। ତୁରନ୍ତ ଏହି ସମସ୍ୟାର ସମାଧାନ ନିମନ୍ତେ ଦାବି ହୋଇଛି। ବିଏମ୍‌ସି ସ୍କ୍ବାଡ୍‌ ଏବଂ ପୁଲିସ ନିଷ୍କ୍ରିୟତାକୁ ନେଇ ଲୋକେ ସ୍ବର ଉତ୍ତୋଳନ କରିଛନ୍ତି।

ଦକ୍ଷିଣ-ପୂର୍ବ ଜୋନାଲ ଡେପୁଟି କମିସନର ରବିନାରାୟଣ ଜେଠୀ କହିଛନ୍ତି, ଏପରି ଅଭିଯୋଗ ଆସିନାହିଁ। ବେଆଇନଭାବେ ଆଦାୟ ହେଉଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖଣ୍ଡଗିରି ପାର୍କିଂ ସ୍ଥାନ ନିଲାମ ପାଇଁ ପ୍ରକ୍ରିୟା ଚାଲଛି।

Comments are closed.