ମାମଲା ରୁଜୁରେ ଓଡ଼ିଶା ଭିଜିଲାନ୍ସ ଆଗୁଆ, ୩୮୧ଜଣଙ୍କ ବିରୋଧରେ ୨୪୫ ମାମଲା

ଭୁବନେଶ୍ୱର: କରୋନା ଯୋଗୁ ଗତବର୍ଷ ଭିଜିଲାନ୍ସ ତଦନ୍ତ କିଛିଟା ଧିମେଇ ଯାଇଥିଲା। ତେବେ ଅକ୍ଟୋବର ମାସ ପରଠାରୁ ବିଭାଗ ଅଧିକ ତତ୍ପର ହୋଇ ଉଠିଥିଲା। ଆକ୍ସନ ମୁଡରେ ଥିବା ଭିଜିଲାନ୍ସ ଗତବର୍ଷ ୩୮୧ଜଣଙ୍କ ବିରୋଧରେ ୨୪୫ଟି ମାମଲା ରୁଜୁ କରିଥିଲା। ଯାହାକି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ ଦେଶରେ ଅଧିକ। ଏହା ମଧ୍ୟରେ ୫୩ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଥିଲା ବେଳେ ୩୭ଜଣ ଦ୍ବିତୀୟ ଶ୍ରେଣୀ, ୧୮୪ ତୃତୀୟ ଶ୍ରେଣୀ ଓ ୫ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି। ଏହାଛଡା ୨୬ଜଣ ଜନ ପ୍ରତିନିଧି ୭୬ଜଣ ସାଧାରଣ ଜନତାଙ୍କ ବିେରାଧରେ ମାମଲା ରୁଜୁ ହୋଇଥିଲା।

ଗତବର୍ଷର ଚର୍ଚ୍ଚିତ ମାମଲା ଥିବା ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି। ଶ୍ରୀ ପାଠକଙ୍କ ୯.୩୫ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିଲା ଯାହାକି ଭିଜିଲାନ୍ସ ଇତିହାସରେ ସର୍ବାଧିକ ବୋଲି ଜଣାପଡିଛି। ଭିଜିଲାନ୍ସର ୧୫୦ଜଣ ଅଧିକାରୀ ଲଗାତାର ଦୁଇଦିନ ଧରି ରାଜ୍ୟ ଓ ରାଜ୍ୟ ବାହାରେ ଚଢଉରେ ସାମିଲ ଥିଲେ। ୨୦୨୦ ମସିହାରେ ରୁଜୁ ହୋଇଥିବା ୨୪୫ଟି ମାମଲା ମଧ୍ୟରୁ ୯୩ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରହିଛି। ୯୩ଜଣ ସରକାରୀ ଓ ୪୫ଜଣ ସାଧାରଣ ଲୋକଙ୍କ ବିେରାଧରେ ଏହି ମାମଲା ରୁଜୁ ହୋଇ ୧୨୩.୯୧ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି। ୯୩ଟି ମାମଲା ମଧ୍ୟରୁ ୩୬ଟିରେ ୧ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ଠାବ ହୋଇଥିବା ବେଳେ ୪ଟିରେ ୪େକାଟିରୁ ଅଧିକ ସମ୍ପତ୍ତି ଠାବ ହୋଇଛି। ସୋହିପରି ୨୪ଜଣ ପ୍ରଥମ ଶ୍ରେଣୀ ସରକାରୀ ଅଧିକାରୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ ହୋଇଥିଲା ବେଳେ ୧୯ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀଙ୍କ ବିେରାଧରେ ମାମଲା ହୋଇଛି। ବେଆଇନ ଭାବେ ଅର୍ଥ ଆଦାୟ କରିଥିବା ୮ଜଣ ସରକାରୀ ଅଧିକାରୀଙ୍କୁ ଭିଜିଲାନ୍ସ ଧରିବା ସହ ସେମାନଙ୍କ ପାଖରୁ ୨୬,୯୫,୪୪୦ ଟଙ୍କା ଜବତ କରିଥିଲା।

ସେହିପରି ଗତବର୍ଷ ଲାଞ୍ଚ ଗ୍ରହଣ ମାମଲାରେ ୧୧୩ ସରକାରୀ ଅଧିକାରୀ ଓ ଦୁଇଜଣ ସାଧାରଣ ଲୋକଙ୍କ ବିେରାଧରେ ୧୦୩ଟି ମାମଲା ରୁଜୁ କରିଛି।  ଧରାପଡିଥିବା ସରକାରୀ ଅଧିକାରୀଙ୍କ ମଧ୍ୟରୁ ୯ଜଣ ପ୍ରଥମ ଶ୍ରେଣୀ, ୧୬ଜଣ ଦ୍ବିତୀୟ ଶ୍ରେଣୀ, ୮୦ ତୃତୀୟ ଶ୍ରେଣୀ ଓ ୪ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି। ଲାଞ୍ଚ ଗ୍ରହଣ ବେଳେ ମୋଟ ୧୬.୬୨ଲକ୍ଷ ଟଙ୍କା ଜବତ ହୋଇଥିଲା ବେଳେ ଗୋଟିଏ ମାମଲାରେ ୨ଲକ୍ଷ, ୫ଟିରେ ଏକଲକ୍ଷରୁ ଅଧିକ ଓ ଦୁଇଟିରେ ୫୦ହଜାରରୁ ଅଧିକ ଟଙ୍କା ଜବତ ହୋଇଛି। ସରକାରୀ ଅର୍ଥ ଆତ୍ମସାତ ଅଭିେଯାଗରେ ୧୨୮ଜଣଙ୍କ ବିେରାଧରେ ୪୯ଟି ମାମଲା ରୁଜୁ ହୋଇଥିଲା। ଏମାନଙ୍କ ମଧ୍ୟରେ ୯୯ଜଣ ସରକାରୀ ଅଧିକାରୀ ଓ ୨୯ଜଣ ସାଧାରଣ ଜନତା ଅଛନ୍ତି। ଏମାନେ ୧୫.୮୩ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ କରିଥିବା ଜଣାପଡିଛି। ଦୁର୍ନୀତି ଅଭିେଯାଗରେ ୨୨୧ଟି ମାମଲାର ତଦନ୍ତ କରାଯାଇଥିଲା। ଏମାନଙ୍କ ମଧ୍ୟରେ ୩୬ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୩୩ ଦ୍ବିତୀୟ େଶ୍ରଣୀ, ୧୪୯ ତୃତୀୟ ଶ୍ରେଣୀ, ୭ ଚତୁର୍ଥ ଶ୍ରେଣୀ, ୧୦ଜଣ ଅନ୍ୟ ସରକାରୀ ଅଧିକାରୀ ଓ ୧୨ଜଣ ସାଧାରଣ ଜନତା ସାମିଲ ଅଛନ୍ତି। ୨୨୧ ମାମଲାରୁ ୧୨୯ଟି ଖାରଜ ହୋଇଥିଲା ବେଳେ ୬୫ଟି ମାମଲାରେ କାର୍ୟ୍ୟାନୁଷ୍ଠାନ ଲାଗି ସମ୍ପୃକ୍ତ ବିଭାଗକୁ ସୁପାରିସ କରାଯାଇଛି।
ଗତବର୍ଷ ୧୬୧ ମାମଲାର ତଦନ୍ତ ପ୍ରକ୍ରିୟା ଶେଷ କରାଯାଇଥିଲା ବେଳେ ୧୫୩ଟି ମାମଲାରେ ଚାର୍ଜସିଟ ଦାଖଲ କରାଯାଇଛି। ୨୦୪ଜଣଙ୍କ ବିେରାଧରେ ଦାଖଲ ହୋଇଥିବା ଚାର୍ଜସିଟରେ ୨୭ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୨୦ଜଣ ଦ୍ବିତୀୟ ଶ୍ରେଣୀ, ୧୨୦ ତୃତୀୟ ଶ୍ରେଣୀ, ୬ଜଣ ଚତୁର୍ଥ ଶ୍ରେଣୀ, ୩ଜଣ ଜନ ପ୍ରତିନିଧି ଓ ୨୮ଜଣ ସାଧାରଣ ଜନତା ରହିଛନ୍ତି। ଗତବର୍ଷ ଭିଜିଲାନ୍ସ ୯୫ ପ୍ରତିଶତ ମାମଲାରେ ଚାର୍ଜସିଟ ଦାଖଲ କରିଥିବା ଜଣାପଡିଛି।

ସେହିପରି ବିଭିନ୍ନ ମାମଲାରେ ମୋଟ ୧୮୭ଜଣଙ୍କୁ ଗିରଫ କରାଯାଇଛି। ୧୬ଟି ମାମଲାରେ ୧୭ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସେହିପରି ୧୫ଜଣ ସରକାରୀ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା ବେଳେ ୧୬ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି। ଗତବର୍ଷ ଲୋକାୟୁକ୍ତଙ୍କ ନିର୍ଦେଶକ୍ରମେ ଭିଜିଲାନ୍ସ ୫୪ଟି ମାମଲାର ତଦନ୍ତ କରିଥିବା ଜଣାପଡିଛି।

Comments are closed.