ନାଲକୋ ମହିଳା ସମିତିଙ୍କ ଦ୍ବାରା କୋଭିଡ-୧୯ ଓ ସ୍ୱଚ୍ଛତା ଉପରେ ପଥପ୍ରାନ୍ତ ନାଟକ

ଭୁବନେଶ୍ୱର: ନାଲକୋ ମହିଳା ସମିତିର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପାତ୍ରଙ୍କ ନେତୃତ୍ୱରେ ସମିତିର ସଦସ୍ୟାମାନେ ମଙ୍ଗଳବାର ପୁରୀସ୍ଥିତ ଗାନ୍ଧୀ ପାର୍କଠାରେ ପଥପ୍ରାନ୍ତ ନାଟକ (ନୁକ୍କଡ୍ ନାଟକ-୨୦୨୦) ପ୍ରଦର୍ଶନ କରିଥିଲେ । ଏହି ନୁକ୍କଡ୍ ନାଟକ ଲୋକମାନଙ୍କ ମଧ୍ୟରେ କୋଭିଡ-୧୯ ଏବଂ ସ୍ୱଚ୍ଛତା ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆୟୋଜିତ ହୋଇଥିଲା। ଏହା ପୂର୍ବରୁ ସମିତିର ସଦସ୍ୟାମାନଙ୍କ ଦ୍ୱାରା ଗତ ସପ୍ତାହରେ ଭୁବନେଶ୍ୱରର ନାଲକୋ ଛକ ଏବଂ ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟରେ ଏହି ନୁକ୍କଡ୍ ନାଟକ ପ୍ରଦର୍ଶିତ କରିଥିଲେ।

Comments are closed.