ଜାନୁଆରୀ ୨୬ରୁ ଆଦିବାସୀ ମେଳା

ଭୁବନେଶ୍ୱର: ଜାନୁଆରୀ ୨୬ରୁ ଭୁବନେଶ୍ବର ୟୁନିଟ୍‌-୧ ଆଦିବାସୀ ପଡ଼ିଆରେ ଆରମ୍ଭ ହେବ ଆଦିବାସୀ ମେଳା। ଏହି ମେଳା ଜାନୁଆରୀ ୨୬ରୁ ଆରମ୍ଭ ହୋଇ ଫେବ୍ରୁଆରି ୯ ତାରିଖ ଯାଏ ଚାଲିବ। ଦିନ ୧୧ଟାରୁ ସନ୍ଧ୍ୟା ୭ଟା ଯାଏ ଆଦିବାସୀ ମେଳା ହେବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଭର୍ଚୁଆଲ ମୋଡ୍‌ରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କୋଭିଡ୍‌ ନିୟମ ମାନି ମେଳା ଆୟୋଜନ କରାଯିବ। ୨୦୨୧ରେ କରୋନା ଟିକା ବାହାରିବା ପରେ ରାଜ୍ୟ ସରକାର ବିଭିନ୍ନ ସେକ୍ଟରକୁ ଧୀରେ ଧୀରେ ଖୋଲୁଛନ୍ତି। କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରାଯାଇ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଭାସମିତି ଆୟୋଜନ କରାଯାଉଛି। ଏହି ମେଳାରେ ସାନିଟାଇଜ‌ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।

Comments are closed.