ଜାତୀୟ ସ୍ତରରେ ସ୍ଥାନପାଇଲା କରୋନା ଉପରେ ଆଧାରିତ ସମ୍ବଲପୁରୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଟାଁକୋ’

ଭୁବନେଶ୍ବର: ଜାତୀୟ ସ୍ତରରେ ସ୍ଥାନପାଇଛି କରୋନା ଉପରେ ଆଧାରିତ ସମ୍ବଲପୁରୀ କ୍ଷୁଦ୍ର ଚଳଚ୍ଚିତ୍ର “ଟାଁକୋ”।  କଣ୍ଠ ଶିଳ୍ପୀ ରୁଦ୍ର ପ୍ରସାଦ ନାୟକଙ୍କ ପ୍ରଯୋଜନାରେ କରୋନା ଉପରେ ଆଧାରିତ ସମ୍ବଲପୁରୀ କ୍ଷୁଦ୍ର ଚଳଚ୍ଚିତ୍ର  “ଟାଁକୋ” ଜାତୀୟ ସ୍ତରରେ ସ୍ଥାନ ପାଇଛି। କରୋନାକୁ ଦୃଷ୍ଟିରେ ରଖି ଏହି ଚଳଚିତ୍ରକୁ RPN official channel ମାଧ୍ୟମରେ ଲୋକ ମାନଙ୍କ ନିକଟରେ ଉପସ୍ଥାପନା କରାଯାଇଥିଲା। ଧୀରେଧୀରେ ଏହି ଚଳଚ୍ଚିତ୍ରରେ ଲୋକ ମାନଙ୍କ ଭଲପାଇବା ବଢିବା ସହ ଏହା ଜାତୀୟସ୍ତରରେ ସ୍ଥାନ ପାଇଥିଲା ।

ଏହି ଚଳଚ୍ଚିତ୍ରକୁ ରାମକୃଷ୍ଣ ରଥ ଲେଖିଥିବା ବେଳେ ରାମକୃଷ୍ଣ ରଥ ଓ ପ୍ରମୋଦ କୁମାର ଦାଶ ନିର୍ଦେଶନା ଦେଇଛନ୍ତି। ଶ୍ରୀତମ, ସାଗର, ଦେବରାଜ ଓ କେ. ନିରସ୍ନେହ ଏହାକୁ ଅଭିନୟ ମାଧ୍ୟମରେ ସାଫଲ୍ୟ ମଣ୍ଡିତ କରିଥିବା ବେଳେ ଆକାଶ ଫୋଟୋଗ୍ରାଫ ଫିଲ୍ମ ଦ୍ୱାରା ଏହା ସମ୍ପାଦିତ ହୋଇଛି। ଏହାକୁ ସଫଳ କରିବାକୁ ହାତ ବଢାଇଥିଲେ ଯୁବ ପ୍ରଯୋଜକ ମାଧବ ମହାରଣା ଓ ଅଶୋକ କୁମାର ନାୟକ। RPN officialର ନିର୍ଦ୍ଦେଶକ ରୁଦ୍ର ପ୍ରସାଦ ନାୟକଙ୍କ ସହ ଶାନ୍ତିସ୍ୱରୂପ ପଟ୍ଟନାୟକ, ନୀଳାଦ୍ରି ଆଚାର୍ଯ୍ୟ  ଓ RPNର ଅନ୍ୟାନ୍ୟ ସଦସ୍ୟ ଏହି ଚଳଚିତ୍ରରେ ସହଯୋଗ କରିଛନ୍ତି। ମାଧବ ଓଡ଼ିଆ ଟିଭି, ପ୍ରେରଣା ଟିଭି ଓ କଳାକାର ପରିବାର ଭଳି ଚ୍ୟାନେଲ ମଧ୍ୟ ସହଯୋଗର ହାତ ବଢାଇଥିଲେ।

Comments are closed.