ରାଜଧାନୀରେ ଗୋଡେଇ ଗୋଡେଇ ଯୁବକଙ୍କୁ ପଥର ମାଡ କଲେ ଯୁବତୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାଜଭବନ ଛକରେ ମଙ୍ଗଳବାର ଜଣେ ଯୁବତୀଙ୍କ ଉନ୍ମତକାଣ୍ଡ ଦେଖିବାକୁ ମିଳିଛି । ଯୁବତୀ ଜଣକ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ପଥର ମାଡ କରିଛନ୍ତି। ଏହି ପଥର ମାଡରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା। କିନ୍ତୁ ପୋଲିସକୁ ଚକମା ଦେଇ ଯୁବତୀ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ତେବେ ଯୁବତୀ ଜଣକ ଯୁବକଙ୍କୁ କାହିଁକି ପଥର ମାଡ କରିଥିଲେ , ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣାପଡି ନାହିଁ ।

Comments are closed.