ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ବିଜ୍ଞପ୍ତି ପ୍ରତ୍ୟାହାର

ଭୁବୂନେଶ୍ବର; ରାଜ୍ୟରେ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ‌ପୂରଣ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ମାତ୍ର କରୋନା କଟକଣା ଯୋଗୁ ଦୀର୍ଘ ମାସ ହେବ ସ୍କୁଲ ଖୋଲି ନ ଥିବା ବେଳେ ମାଟ୍ରିକ ପରୀକ୍ଷାକୁ ନେଇ ପିଲାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ବିଏସ୍‌ଇର ଏହି ବିଜ୍ଞପ୍ତିକୁ ନେଇ ବିଭିନ୍ନ ସମାଲୋଚନା ଉପୁଜିଥିଲା। କରୋନା ମହାମାରୀ ପାଇଁ ଯେତେବେଳେ ପାଠ ପଢ଼ା ଠପ୍‌ ହୋଇଛି, ସେଠାରେ ପରୀକ୍ଷା କିପରି ହେବ ବୋଲି ପ୍ରଶ୍ନ ଉଠାଇ ସମାଲୋଚନା କରିଥିଲା ଓଷ୍ଟା।

Comments are closed.