ଖଣ୍ଡଗିରି ଓ ପଟିଆରେ ହେବ ୨ଟି ନୂଆ ଶ୍ମଶାନ: ବିଏମସି କମିଶନର

ଭୁବନେଶ୍ବରରେ: ଭୁବନେଶ୍ବରରେ ଆଉ ୨ଟି ଶ୍ମଶାନ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ। ସତ୍ୟନଗର ଶ୍ମଶାନ ଉପରେ ଅଧିକ ଚାପ ପଡୁଥିବାରୁ ଏପରି ବ୍ୟବସ୍ଥା କରାଯାଇଥିବା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ପଟିଆ ଓ ଖଣ୍ଡଗିରି ଅଞ୍ଚଳରେ ଏହି ୨ଟି ନୂଆ ଶ୍ମଶାନ କରାଯାଉଛି। ପଟିଆରେ ଗ୍ୟାସ ଜରିଆରେ ଶବ ସଂସ୍କାର ବ୍ୟବସ୍ଥା କରାଯାଉଥିବା ବେଳେ ଖଣ୍ଡଗିରିରେ ବିଦ୍ୟୁତ ଚାଳିତ ଶବଦାହ ବ୍ୟବସ୍ଥା କରାଯାଉଛି। ଶ୍ମାଶାନ କାର୍ଯ୍ୟ ସାରିବାକୁ ଦେଢମାସ ଲାଗିବ, କାମ ଆରମ୍ଭ ହୋଇଯାଇଛି ବୋଲି ବିଏମସି କମିଶନର କମିଶନର କହିଛନ୍ତି।

ସୂଚନା ଅନୁଯାୟୀ, କୋଭିଡ କଟକଣା ଯୋଗୁ ଅନ୍ୟ ଜିଲା ପାଇଁ ସ୍ବର୍ଗଦ୍ବାର ବନ୍ଦ ଥିବାରୁ ସତ୍ୟନଗରରେ ସଂସ୍କାର ସଂଖ୍ୟା ବଢିଛି। ଯାହାଫଳରେ ସତ୍ୟନଗରକୁ ଚାପ ପଡିବା ସହ ବହୁ ସମସ୍ୟା ଭୋଗୁଥିବା ସତ୍ୟନଗରବାସୀ କହିଥିଲେ। ଏ ନେଇ ଆଞ୍ଚଳବାସୀମାନେ ମଧ୍ୟ ମାନବାଧିକାରୀ କମିଶନରଙ୍କୁ ଜଣାଇଥିଲେ।

 

Comments are closed.